ଆମେରିକା ଗସ୍ତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ଜେଲେନସ୍କି

ଓ୍ବାଶିଂଟନ୍‌,୨୨।୯: ଆଜିକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଗସ୍ତରେ ଅଛନ୍ତି। ଜେଲେନସ୍କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଥିଲେ। ଜେଲେନସ୍କି ଏବଂ ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କା ହ୍ବାଇଟ ହାଉସରେ ପହଞ୍ଚିଥିଲେ। ଏଠାରେ ଜୋ ବାଇଡେନ ଏବଂ ଜିଲ ବାଇଡେନ ତାଙ୍କୁ ସ୍ବାଗତ କରିଥିଲେ। ବାଇଡେନ-ଜେଲେନସ୍କି ଏକାଠି ଫଟୋ ଉଠାଇଲେ ଏବଂ ରୁଷିଆକୁ ଏକ ଦୃଢ ବାର୍ତ୍ତା ପଠାଇଥିଲେ। ଏହି ଗସ୍ତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏହାପୂର୍ବରୁ ବୁଧବାର ଜେଲେନସ୍କି ଆମେରିକାର ଲୋକ ସଭାର ବାଚସ୍ପତି କେଭିନ ମ୍ୟାକକାରି, ହାଉସ ଡେମୋକ୍ରାଟିକ ନେତା ହାକିମ ଜେଫେରୀ ଏବଂ ଆମେରିକାର ଲୋକସଭାର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଆମେରିକୀୟଙ୍କ ସମର୍ଥନ ପାଇଁ ୟୁକ୍ରେନ ଅତ୍ୟଧିକ କୃତଜ୍ଞ। ବୈଠକ ପରେ ଜେଲେନସ୍କି ଟୁଇଟ୍‌ କରିଛନ୍ତି ଯେ, ମୁଁ ଆମେରିକାର ବାଚସ୍ପତି, ହାଉସ ଡେମୋକ୍ରାଟିକ ନେତା ତଥା ଆମେରିକାର ଲୋକ ପ୍ରତିନିଧୀଙ୍କ ସହ ସାକ୍ଷାତ କରିଛି। ଆମେ ଗଣତନ୍ତ୍ର, ସ୍ବାଧୀନତା ଏବଂ ସମ୍ମାନର ସିଦ୍ଧାନ୍ତରେ ବିଶ୍ୱାସ କରୁ।

Share