‘ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ’

ଅସ୍ତରଙ୍ଗ(ପ୍ରଦୀପ୍ତ କୁମାର ଦୀକ୍ଷିତ/ ମମତା ଜେନା), ୧୪ା୯: ପୁରୀ ଜିଲା ଅସ୍ତରଙ୍ଗରେ ପ୍ରସ୍ତାବିତ ବନ୍ଦରକୁ ନେଇ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ପ୍ରସ୍ତାବିତ ବନ୍ଦରକୁ ଅଞ୍ଚଳବାସୀ ବିରୋଧ କରୁବେଳେ ଏହି ଆନ୍ଦୋଳନକୁ ପରିବେଶବିତ୍‌ ଓ ଛାତ୍ରୀଛାତ୍ର ସମର୍ଥନ ଜଣାଇଛନ୍ତି। ଏଠାରେ ବନ୍ଦର ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକେ ଭିଟାମାଟି ହରାଇବେ ଏବଂ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ମରିବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ କି ଏଠାରେ କୌଣସି ପରିସ୍ଥିତିରେ ବନ୍ଦର ପ୍ରତିଷ୍ଠା ହେବାକୁ ଦେବୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛନ୍ତି ଅଞ୍ଚଳବାସୀ। ଶୁକ୍ରବାର ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ବନ୍ଦର ପାଇଁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଅପରପକ୍ଷରେ ବନ୍ଦର ନିର୍ମାଣକୁ ବିରୋଧ କରି ବିସ୍ଥାପିତ ହେବାକୁ ଥିବା ଲୋକେ ପୀରଜାହଁାନିଆ ପୀଠଠାରେ ଏକ ବିରାଟ ଜନସମାବେଶ କରିଥିଲେ।
ସୂଚନା ମୁତାବକ, ଅସ୍ତରଙ୍ଗଠାରେ ଅଲ୍‌ ଓ୍ବେଦର ମଲ୍ଟି ୟୁଜର ଗ୍ରୀନ୍‌ଫିଲ୍ଡ ବନ୍ଦର ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଏବଂ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଲିଜ୍‌ ସୂତ୍ରରେ ମୋଟ ୩୮୯୯.୯୮୭ ଏକର ଜମିରେ ବନ୍ଦର ସ୍ଥାପନ କରାଯିବ। ସମୁଦାୟ ପ୍ରକଳ୍ପର ମୂଲ୍ୟ ୭୪୧୭ କୋଟି ରହିଛି। ଏ ନେଇ ଶୁକ୍ରବାର ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ନାୟକ, ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଶୋହନ ଗିରି, ଉପନିର୍ଦ୍ଦେଶକ ସୌମେନ୍ଦ୍ରନାଥ ମହାନ୍ତି, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟରଞ୍ଜନ ମଲିକ, ବାଣିଜ୍ୟ ପରିବହନ ବିଭାଗର ଅତିରିକ୍ତ ସଚିବ ବିଧାନ ଚନ୍ଦ୍ର ରାୟ, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କୈବଲ୍ୟ କୁମାର କର, ପରିବେଶ ଯନ୍ତ୍ରୀ ସୌମେନ୍ଦ୍ର ମହାନ୍ତି, ଭୂଅର୍ଜନ ଅଧିକାରୀ ନିରଞ୍ଜନ ବାରିକ, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି, ରେଞ୍ଜର ମୋନାଲିସା ମହାପାତ୍ର, ଅତିରିକ୍ତ ଏସ୍‌ପି ବିଷ୍ଣୁପ୍ରସାଦ ପତି ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଗାଁର ବ୍ୟକ୍ତିବିଶେଷ ଯୋଗଦେଇ ନିଜ ରଖିଥିଲେ। ବନ୍ଦର ସ୍ଥାପନ ପୂର୍ବରୁ ଜୈବ ବିବିଧତା ଓ ପରିବେଶ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ପରିବେଶବିତ୍‌ ତଥା ମିଳିତ ଜାତିସଂଘର ଯୁବ ଅଧିବକ୍ତା ସୌମ୍ୟରଞ୍ଜନ ବିଶ୍ୱାଳ ମତବ୍ୟକ୍ତ କରିଛନ୍ତି। ପ୍ରସ୍ତାବିତ ବନ୍ଦର ଦ୍ବାରା ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ ହେବା ସହ ଜୈବ ବିବିଧତା ଓ ପରିବେଶ ପ୍ରଭାବିତ ହେବ ବୋଲି ବିଶ୍ୱାଳ କହିଥିଲେ। ଏହି ଜନଶୁଣାଣିରେ ସ୍ବଳ୍ପସଂଖ୍ୟକ ଲୋକ ଯୋଗଦେଇଥିବାବେଳେ ବିସ୍ଥାପିତ ହେବାକୁ ଥିବା ପଞ୍ଚାୟତଗୁଡ଼ିକର କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ମିଳି ନ ଥିଲା।
ଅନ୍ୟପଟେ ବିସ୍ଥାପିତ ବିରୋଧୀ ମଞ୍ଚ ତଥା ଭିଟାମାଟି ସୁରକ୍ଷା ସଙ୍ଗଠନ ପକ୍ଷରୁ ପୀରଜାହଁାନିଆ ପୀଠଠାରେ ଏକ ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨ଟି ଗ୍ରାମର ଅଧିବାସୀ ତଥା ବିସ୍ଥାପିତ ହେବାକୁ ଥିବ ଲୋକେ ଏକତ୍ର ହୋଇ ବନ୍ଦର ବିରୋଧରେ ମତ ରଖିଥିଲେ। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ଜୈବ ବିବିଧତା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଅସ୍ତରଙ୍ଗ ଅଞ୍ଚଳରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀଙ୍କ ସମାଗମ ହେଉଥିବାବେଳେ ଏହା ଅଲିଭ୍‌ ରିଡେଲ କଇଁଛଙ୍କ ଅଣ୍ଡାଦାନସ୍ଥଳୀ। ଏଥିସହ ସ୍ଥାନୀୟ ଲୋକେ ନିଜ ପରିବାର ପ୍ରତିପୋଷଣ ପାଇଁ ଧାନ, ପାନ ଓ ମୀନ ଉପରେ ନିର୍ଭର କରି ଚଳନ୍ତି। ଏଠାରେ ବନ୍ଦର ହେଲେ ଭିଟାମାଟି ହରାଇବୁ। ତେଣୁ ଜୀବନ ପଛେ ଚାଲିଯିବ, କିନ୍ତୁ ନିଜ ଭିଟାମାଟିକୁ ଛାଡ଼ିବୁ ନାହିଁ। ଏଥିଲାଗି ଆନ୍ଦୋଳନ ଜାରି ରଖିବୁ ବୋଲି ସେମାନେ କହିଥିଲେ। ଏହି ସମାବେଶରେ ସୁରକ୍ଷା ମଞ୍ଚ ସଭାପତି ପ୍ରଫୁଲ୍ଲ ବିଶ୍ୱାଳ, ଜିଲାପରିଷଦ ଉପାଧ୍ୟକ୍ଷ ସ୍ବାଧୀନ ନାୟକ, ଆବାହକ ଶୋଭାକର ବେହେରା, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟଷ ଆରତି ନାୟକ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ଛୁରିଆନା ସରପଞ୍ଚ କ୍ଷୀରୋଦ କାଣ୍ତି, ସମିତି ସଭ୍ୟ ବିମ୍ବାଧର ବିଶ୍ୱାଳ, ସାମାଜିକ କର୍ମୀ ଦିବାକର ଛାଟୋଇ ପ୍ରମୁଖ ଉଦ୍‌ବୋଧନ ଦେଇ ବନ୍ଦର ନିର୍ମାଣକୁ ବିରୋଧ କରିଥିଲେ। ଅତିରିକ୍ତ ଜିଲାପାଳ ନାୟକ କହିଛନ୍ତି, ଆହୁରି ୨ଟି ଜନଶୁଣାଣି ହେବ। ଅଞ୍ଚଳବାସୀଙ୍କ ମତାମତ ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୪ର୍ଥ ଥର ପାଇଁ ହାରିଲା ଚେନ୍ନାଇ, ପ୍ରିୟାଂଶ ସାଜିଲେ ପଞ୍ଜାବ ବିଜୟର ହିରୋ

ମୁଲାନପୁର,୮ା୪: ପ୍ରିୟାଂଶ ଆର୍ଯ୍ୟଙ୍କ ଧୂଆଁଦାର ଶତକ ବଳରେ ମଙ୍ଗଳବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ୧୮ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଜାଣିଛନ୍ତି କି? ଘରେ କେଉଁଠି ରଖିବେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ; ଯେଉଁ କାମରେ ଯାଉଥିବ ତାହା…

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଯବାନଙ୍କ ଅନ୍ତିମ ସଂସ୍କାର;ଶ୍ରଦ୍ଧାଞ୍ଜଳି ଦେଲେ ବ୍ଲକ୍‌, ପୋଲିସ ପ୍ରଶାସନ

ଦିଗପହଣ୍ଡି,୮ା୪ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅନ୍ତର୍ଗତ ଆମ୍ବଗାଁର ବି.ସୁରେନ୍ଦ୍ର ରେଡ୍ଡୀଙ୍କ ପୁଅ ପବିତ୍ର ରେଡ୍ଡୀ(୩୪) ପଞ୍ଜାବର ଭତିଣ୍ଡା ସେନା କ୍ୟାମ୍ପସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image