ଭୋଟ୍‌ ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ନିର୍ବାଚନ କମିଶନର

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଗୁରୁବାର ସାରା ରାଜ୍ୟରେ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ। ସମସ୍ତ ନାଗରିକ ନିଜ ନିଜ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ବି ମହାନଗର ନିଗମ ନିର୍ବାଚନରେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।

ୟୁନିଟ୍‌-୧ସ୍ଥିତ ୪୦ ନମ୍ବର ଓ୍ବାର୍ଡର ସରକାରୀ ଉଚ୍ଚ ବିଦ୍ୟାଳୟର ୪୧୬ ନଂ ବୁଥ୍‌ରେ ଭୋଟ୍‌ ଦେଇଛନ୍ତି। ତାଙ୍କ ସହ ସ୍ତ୍ରୀ ଶ୍ରୀମତୀ ଦେବାୟନୀ ନନ୍ଦ ମଧ୍ୟ ଭୋଟ୍‌ ଦେଇଛନ୍ତି। ଏହି ଅବସରରେ ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମହାପାତ୍ର କହିଛନ୍ତି, ମତଦାନ ପ୍ରକ୍ରିୟାରେ ନିଜକୁ ସାମିଲ କରିବା ଲାଗି ପୌରାଞ୍ଚଳର ନାଗରିକମାନଙ୍କୁ ନିବେଦନ କରିଥିଲେ।

Share