ମାଲକାନଗିରି,୧୩।୫(ଦୁର୍ଯ୍ୟୋଧନ ପାତ୍ର): ପ୍ରତି ୫ ବର୍ଷକୁ ଥରେ ସାଧାରଣ ନିର୍ବାଚନ ହୋଇଥାଏ। ଏହି ମହାନ ପର୍ବରେ ସାମିଲ ହୋଇ ନିଜର ଗଣତନ୍ତ୍ର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପ୍ରତ୍ୟକ ଭୋଟର ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ମାଲକାନଗିରି ଜିଲା ପୌରପରିଷଦ ଅଞ୍ଚଳ ବୁଟିଗୁଡାର ଅନେକ ଭୋଟର ପରିଚୟ ପତ୍ର ଥାଇ ମଧ୍ୟ ଭୋଟର ତାଲିକାରେ ନାମ ନ ଥିବାରୁ ସେମାନେ ମତଦାନ କରିପାରି ନାହାନ୍ତି, ଯାହାକି ସେମାନଙ୍କୁ ଦୁଃଖ ଦେଇଛି।