ଉଦ୍ଧାର ଶାଗୁଣା ନନ୍ଦନକାନନ ଆସିଲା

ବାରଙ୍ଗ,୨।୧୨ (ଡି.ଏନ୍‌.ଏ.): ଯାଜପୁର ଜିଲା ମହାକାଳପଡା ଗ୍ରାମର ଏକ କୁକୁଡା ଘରୁ ଉଦ୍ଧାର ହୋଇଥିବା ଭାରତୀୟ (ଲମ୍ବାଥଣ୍ଟିଆ) ଶାଗୁଣା ଗୁରୁବାର ସାରେ ନନ୍ଦନକାନନକୁ ଆସିଛି। ଶାଗୁଣାଟିର ଲିଙ୍ଗ ଚିହ୍ନଟ ହୋଇପାରି ନ ଥିବାବେଳେ ସେ ତରୁଣ ବୟସ୍କ ବୋଲି ଜଣାପଡିଛି। କିଛିଦିନ ହେବ ଏହି ଶାଗୁଣାଟି ମହାକାଳପଡ଼ା ଗ୍ରାମର ଜଣକ ବାଡିରେ ବୁଲୁଥିଲା। ସେ ଉଡିପାରୁ ନ ଥିବାରୁ ଘର ମାଲିକ ଶାଗୁଣାକୁ ଧରି ତା’ର କୁକୁଡା ରହୁଥିବା ଘରେ ରଖିଥିଲା। ଗାଁ ଲୋକଙ୍କଠାରୁ ସୂଚନା ପାଇ କଟକ ଡିଭିଜନ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ସଦଳବଳେ ଯାଇ ଶାଗୁଣାକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଗୁରୁବାର ନନ୍ଦନକାନନକୁ ହସ୍ତାନ୍ତର କରିଛନ୍ତି। ଶାଗୁଣାଟି ଆସିବା ପରେ ବନ୍ୟ ପ୍ରାଣୀ ଚିକିତ୍ସାଳୟରେ ତା’ର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କ୍ବାରେଣ୍ଟାଇନର ପୃଥ୍‌କୀକରଣ ଏନକ୍ଲୋଜରରେ ଛଡାଯାଇଛି। ଉଦ୍ଧାର ଶାଗୁଣାକୁ ମିଶାଇ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ନନ୍ଦନକାନନରେ ୭କୁ ବୃଦ୍ଧି ପାଇଛି।

Share