ଆଜିକାଲି ଅଣ୍ଟାବିନ୍ଧା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏହାର ଲକ୍ଷଣ ଜଣାପଡିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ତାଙ୍କର ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ଭୁଲନ୍ତୁ ନାହିଁ। ହେଲେ ଏଥିରୁ ଉପଶମ ପାଇବା ପାଇଁ କେତୋଟି ଘରୋଇ ଉପଚାର ରହିଛି। ଗୋଟିଏ ସ୍ଥାନରେ ଅଧିକ ସମୟ ବସି ରହୁଥିଲେ ତାହାର ପ୍ରଭାବ ଯେମିତି ଅଣ୍ଟା ଉପରେ ନ ପଡେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ବସିବା ପରେ ଉଠିବାକୁ ହେଲେ ସତର୍କ ହୋଇ ଉଠନ୍ତୁ। ଯଦି ହଠାତ୍ ଉଠିଯାଆନ୍ତି ତାହାର ପ୍ରଭାବ ଅଣ୍ଟା ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି। ଆବଶ୍ୟକତାଠାରୁ ଅଧିକ ଓଜନିଆ ଜିନିଷ ଉଠାନ୍ତୁ ନାହିଁ। କାରଣ ଅଣ୍ଟାବିନ୍ଧାର ଏହା ହେଉଛି ଅନ୍ୟତମ କାରଣ। ଯଦି ନଇଁ କରି କାମ କରିବାକୁ ପଡୁଛି ତେବେ ନିୟମିତ ସମୟ ଅନ୍ତରାଳରେ ଅଣ୍ଟାକୁ ବିଶ୍ରାମ ଦିଅନ୍ତୁ। ଗାଡି ଚଳାଉଥିଲେ ସିଧା (୯୦ ଡିଗ୍ରୀ) ବସି ଗାଡି ଚଳାନ୍ତୁ। ଏହା ସହ ଆଉ ଏକ କଥା ପ୍ରତି ନଜର ଦିଅନ୍ତୁ। ତାହା ହେଲା ବ୍ୟାୟାମ। କେଉଁ ପ୍ରକାର ବ୍ୟାୟାମ କଲେ ଅଣ୍ଟାଜନିତ ସମସ୍ୟା ଦେଖାଦେଇ ନ ଥାଏ ତାହା ଡାକ୍ତରଙ୍କ ନିକଟରୁ ବୁଝି ନିଅନ୍ତୁ।