Categories: ଜାତୀୟ

କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୪ା୮: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆଉ କିଛି ଚାପି ହୋଇ ରହିଥିବା ଆଶଙକା କରାଯାଉଛି। ତେବେ ମୃତ ଶିଶୁଙ୍କ ବୟସ ୧୦ରୁ ୧୪ ମଧ୍ୟରେ ହେବ। କୁହାଯାଉଛି, ଶାହାପୁର ଶିବମନ୍ଦିର ନିକଟରେ ଜଳଲାଗି କରିବାକୁ ପ୍ରବଳ ଭିଡ଼ ହୋଇଥିଲା। ଏହି ସମୟରେ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହା ତଳେ ଶିଶୁମାନେ ଚାପି ହୋଇଯାଇଥିଲେ।

ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ୪ ଶିଶୁ ଗୁରୁତର ଅଛନ୍ତି।  ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Share