ଘର ରଙ୍ଗ ଦେଉଥିବାବେଳେ ଚାର୍ଜ ହୋଇଗଲା କାନ୍ଥ, ଜଣଙ୍କ ଜୀବନ ଗଲା, ୩ ଗୁରୁତର

ରାୟଗଡ଼ା,୨୬ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରର ରୟତ କଲୋନୀରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦୁଃଶାସନ ଖରା (୩୫) ଓ ତାଙ୍କ ଘର ଆମଗୁଡ଼ାରେ। ଗୁରୁତର ୩ ଜଣ ହେଲେ ବିନୋଦ ନାଗ (୩୨), ଲକ୍ଷ୍ମଣ କନ୍ଧପାଣି(୩୩) ଓ ଦାମୋଦର ଗାଣ୍ଟା(୨୬)। ଆଜି ପୂର୍ବାହ୍ନରେ ଚାରି ଜଣ ଏକ ଘରେ ଚୂନ ଓ ରଙ୍ଗ ଦେଉଥିଲେ। ସେହି ସମୟରେ ହଠାତ୍‌ କାନ୍ଥ ଚାର୍ଜ ହୋଇଯାଇଥିଲା। ଫଳରେ ଜଣକ ପରେ ଜଣେ ଏଥିରେ ଶିକାର ହୋଇଥିଲେ। ଯଦ୍ବାରା ଘଟଣାସ୍ଥଳରେ ଦୁଃଶାସନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ବିନୋଦ ଓ ଲକ୍ଷ୍ମଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ଦାମୋଦର ସାମାନ୍ୟ ଆହତ ହୋଇଛନ୍ତି। ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି।

Share