କିଭ୍/ମସ୍କୋ,୧୩ା୩: ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୟୁକ୍ରେନର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଯୁଦ୍ଧ ଜାରି ରହିବ। ସେ ୨୪ ଘଣ୍ଟା ମଧ୍ୟରେ ୨୨୦ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବାର କହିଥିବା ବେଳେ ଏହି ଆକ୍ରମଣରେ ଡି-୩୦ ହଓ୍ବିଜର ବ୍ୟତୀତ ଏକ ପଦାତିକ ଯାନ ଏବଂ ତିନୋଟି ସଶସ୍ତ୍ର ଯାନ ନଷ୍ଟ କରିଥିବା ବି କହିଛି।
ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି କହିଛନ୍ତି, ପୂର୍ବ ବାଖମୁଟ ସହର ନିକଟରେ ସପ୍ତାହକ ତଳେ ୧୧୦୦ରୁ ଅଧିକ ରୁଷିଆ ସୈନ୍ୟ ନିହତ ହୋଇଥିଲେ। ଗୋଟିଏ ଦିନ ପୂର୍ବରୁ, ୟୁକ୍ରେନ କହିଛି, ୨୪ ଘଣ୍ଟା ମଧ୍ୟରେ ୫୦୦ରୁ ଅଧିକ ରୁଷିଆ ସୈନିକ ନିହତ ହୋଇଥିଲେ। ସେମାନେ ବାଖମୁଟର ନିୟନ୍ତ୍ରଣ ପାଇଁ ଲଢୁଥିଲେ।