ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର: ଅଞ୍ଚଳରେ ୮୩ ମି.ମି. ବର୍ଷା

ଦିଗପହଣ୍ଡି,୧୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଘୋଡାହାଡ ଡ୍ୟାମରେ ଜଳପତ୍ତନ ବିପଦ ସଙ୍କେତ ନିକଟତର ରହିଛି। ଡ୍ୟାମର ଜଳଧାରଣା କ୍ଷମତା ୧୧୭.୮୦ ମିଟର ଥିବା ବେଳେ ମଙ୍ଗଳବାର ସକାଳ ୬ ଟା ସୁଦ୍ଧା ଜଳପତ୍ତନ ୧୧୫.୨୦ ମିଟରରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଡ୍ୟାମ ଇଲାକାରେ ୮୩ ମିଲି ମିଟର ବର୍ଷା ହୋଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ଡ୍ୟାମର ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ରାମ ନଦୀ ସମେତ ଅନ୍ୟାନ୍ୟ ଶାଖା ନଦୀମାନଙ୍କରୁ ସେକେଣ୍ଡ ପ୍ରତି ୫୭ କ୍ୟୁସେକ ବନ୍ୟାଜଳ ଡ୍ୟାମ ମଧ୍ୟକୁ ପ୍ରବେଶ କରୁଛି। ସକାଳ ୬ଟାରୁ ୮ଟା ମଧ୍ୟରେ ଡ୍ୟାମ ଅଞ୍ଚଳରେ ୧୩ ମିଲି ମିଟର ବର୍ଷା ହୋଇଥିବାରୁ ଡ୍ୟାମର ଜଳପତ୍ତନ କ୍ରମଶଃ ବଢ଼ିବାରେ ଲାଗିଛି।

Share