ଗଞ୍ଜାମ,୧୪ା୮(ଡି.ଏନ୍.ଏ.): ଗଞ୍ଜାମ ସହର ଦାମୋଦରପୁରସ୍ଥିତ ଋଷିକୂଲ୍ୟାର ଜଳସ୍ତର ବୃଦ୍ଧି ପାଇଚାଲିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପର ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୫ ଦିନ ହେବ ତୁହାକୁ ତୁହା ବର୍ଷା ହେଉଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ନଦୀ କିମ୍ବା ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।