ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର,୨୩।୬: ଓଡ଼ିଶାରେ ମୌସୁମୀ ପ୍ରବେଶ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି । ଗୁରୁବାର ଜଳସ୍ତର ୬୦୦.୩୯ ଫୁଟ ଥିବା ବେଳେ ତାହା ଶୁକ୍ରବାର ବୃଦ୍ଧି ପାଇ ୬୦୦.୫୬ ଫୁଟରେ ପହଞ୍ଚିଛି । ତେବେ ଇନଫ୍ଲୋ ବଢିବାରୁ ଜଳସ୍ତର ବୃଦ୍ଧି ପାଇଛି ।
ଗୁରୁବାର ଇନଫ୍ଲୋ ମାତ୍ର ୩୬୫ କ୍ୟୁସେକ ଥିବା ବେଳେ ଶୁକ୍ରବାର ଇନଫ୍ଲୋ ବୃଦ୍ଧି ପାଇ ୯୫୨୩ କ୍ୟୁସେକରେ ପହଞ୍ଚି ।
ବିଶେଷକରି କଲମାର ୫ଟି ଗେଟ୍‌ ଓ କେଲୋର କିଛି ଗେଟ୍‌ ଖୋଲାଥିବା ବେଳେ ଉପମୁଣ୍ଡରେ ବର୍ଷା ମଧ୍ୟ ହୋଇଛି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ ଉପରମୁଣ୍ଡରେ ୧୩.୪୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ତଳମୁଣ୍ଡରେ ୨୫.୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ହୀରାକୁଦରେ ୬୬.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
Share