ମାଲକାନଗିରି,୧୨ା୭(ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମୋଟୁ ସୀମାନ୍ତରେ ଥିବା ସାବାରୁ ଓ ସିଲରୁ ନଦୀରେ ଜଳସ୍ତର ବଢୁଛି। ଫଳରେ ଆନ୍ଧ୍ର ଓ ଛତିଶଗଡ଼କୁ ସଂଯୋଗ କରୁଥିବା କାଲୁର ବ୍ରିଜ୍ ନିକଟରେ ଥିବା ରାସ୍ତା ବୁଡ଼ି ରହିଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଛତିଶଗଡ଼ ଓ ଆନ୍ଧ୍ରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମୋଟର ଅଟକି ରହିଛି। ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀରେ ବିପଦ ସଙ୍କେତ ୨ ରହିଛି।