ଆଖିତଳ ଦାଗ ଦୂର କରିବାର ଉପାୟ ଆଖି ତଳର

କଳାଦାଗ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର କ୍ରିମ୍‌ ରହିଛି। ଏହା ସହିତ ବ୍ୟୁଟି ପାର୍ଲରରେ ବି ବିଭିନ୍ନ ପ୍ରକାରର ଉପଚାର କରିହୁଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଘରୋଇ ଉପାୟରେ
ମାସ୍କ ତିଆରି କରି ଲଗାନ୍ତୁ…

ଏକ ପାତ୍ରରେ ୪ ବଡ଼ ଚାମଚ କଞ୍ଚା କ୍ଷୀର ଓ ୨ ବଡ଼ ଚାମଚ ବେକିଂ ସୋଡା ମିଶାନ୍ତୁ। ଏହି ମିଶ୍ରଣକୁ ଭଲଭାବେ ଗାଢ଼ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ, ଯେପରି ତାକୁ ଆଖି ତଳେ ଲଗାଇ ହେବ।
ଏହି ଘରୋଇ ମିଶ୍ରଣକୁ ଆଖି ତଳେ ଲଗାଇବା ପୂର୍ବରୁ ପ୍ରଥମେ କ୍ଲିଜିଂ ମିଲ୍କରେ ଭଲଭାବେ ସଫା କରନ୍ତୁ।
ଆଖିର ତଳ ପଟରେ ହିଁ ମିଶ୍ରଣକୁ ଲଗାନ୍ତୁ। ମିଶ୍ରଣକୁ ସାବଧାନତାର ସହିତ ଲଗାନ୍ତୁ ଯେପରି ତାହା ଆଖି ଭିତରକୁ ନ ଯିବ।
ଆଖି ତଳେ ମିଶ୍ରଣକୁ ଲଗାଇବା ପରେ କିଛି ସମୟ ଆଖି ବନ୍ଦ କରି ଆରାମରେ ଶୋଇ ପଡ଼ନ୍ତୁ।
କ୍ଷୀର ଏବଂ ବେକିଂ ସୋଡାର ଏହି ମିଶ୍ରଣକୁ ଆଖି ତଳେ ଅତି କମରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ପାଣିରେ ଧୋଇ ଦିଅନ୍ତୁ।
ସପ୍ତାହକୁ ଅତିକମରେ ଦୁଇ ଥର ଏହି ମିଶ୍ରଣକୁ ଲଗାନ୍ତୁ। କିଛି ଦିନ ପରେ କଳା ଦାଗ କମ୍‌ ହେଉଥିବା ଆପଣ ଅନୁଭବ କରିପାରିବେ।