ନୂଆଦିଲ୍ଲୀ,୧୦ା୫: ଦେଶର ଅନେକ ରାଜ୍ୟରେ ଏବେ ଗରମ ଅନୁଭୂତ ହେଉଥିବା ବେଳେ କିଛି ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ହଠାତ୍ ପାଗରେ ପରିପର୍ତ୍ତନ ହୋଇଛି। ଫଳରେ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ପାଗ ଆଶ୍ୱସ୍ତିକର ହୋଇଛି।
ଆସନ୍ତା ତିନି ଦିନ ପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନରେ ଗରମରୁ ଲୋକେ ନିସ୍ତାର ପାଇବେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପ୍ରବଳ ପବନ ହେବାର ସମ୍ଭାବନା ଥିବାବେଳେ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ଘଡ଼ଘଡ଼ି ମେଘ ସୃଷ୍ଟି ହେବା ସହ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ମେ’ ୧୩ ପର୍ଯ୍ୟନ୍ତ କ୍ରମାଗତ ବଜ୍ରପାତ ହେବାର ସମ୍ଭାବନା ଅଛି। ପୂର୍ବ ଉତ୍ତରପ୍ରଦେଶରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।