ଆଜି ସନ୍ଧ୍ୟାରୁ ବଦଳିବ ପାଗ: ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୩।୧୦: ବାତ୍ୟା ଦାନାର ପ୍ରଭାବରେ ଆଜି ସନ୍ଧା୍ୟା ପରଠୁ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୨୫ରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ୨୬ରୁ ବର୍ଷାର ପରିମାଣ କମିବ।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି। ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି। ଏହା ପାରାଦୀପରୁ ୫୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପଶ୍ଚିମବଙ୍ଗ ସାଗରଦ୍ବୀପରୁ ୬୩୦ କିମି ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।  ଘଣ୍ଟାପ୍ରତି ଏବେ ୧୮ କିମି ବେଗରେ ଆଗକୁ ବଢୁଛି । ତେବେ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ ବୁଲେଟିନ୍‌ ଜାରି ହୋଇନି। ଗୁରୁବାର ଏହା ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୩ କିମି ବେଗରେ ଗତି କରୁଛି। ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଅତିକ୍ରମ କରିବ। ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ।

ଗୁରୁବାର  ସକାଳେ ହେବ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ।୨୪ ରାତି ଓ ୨୫ ସକାଳ ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପୁରୀରୁ ପଶ୍ଚିମବଙ୍ଗ ସାଗର ଦ୍ବୀପ ଭିତରେ ଉପକୂଳ ପାର କରିବ ଭୀଷଣ ବାତ୍ୟା। ତେବେ ଉତ୍ତର ଓଡ଼ିଶାରେ ବାତ୍ୟା ବେଶୀ କୋପ ଦେଖାଇବ। ୭ଟି ଜିଲାରେ ଗୁରୁବାର  ଏବଂ ଶୁକ୍ରବାର ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବେଗରେ ପବନ ବହିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୨୦ କିମି ରହିପାରେ।

ସେହିପରି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୧୦୦-୧୧୦ କିଲୋମିଟର ରହିପାରେ। ମୟୂରଭଞ୍ଜ ୮୦-୯୦ ଓ ପୁରୀରେ ପବନରେ ବେଗ ରହିପାରେ ୬୦-୮୦ କିଲୋମିଟର।

ସେହିପରି କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ବରରେ ପବନର ବେଗ ଘଣ୍ଟାପ୍ରତି ୬୦-୭୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି ।ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି। ଆଜି ରାତି ସୁଦ୍ଧା ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର,୨୩।୧୦: ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପ୍ରିଲିମକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍‌ସି ପକ୍ଷରୁ...

Featured Video Play Icon

ଭିତରକନିକାରେ ଲ୍ୟାଣ୍ଡଫଲ୍‌! ସମୁଦ୍ରରେ ବଡ଼ ହଲଚଲ୍‌…

ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଦାନା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ରୂପ ନେଇଛି...

ସ୍ଥଳଭାଗ ଛୁଇଁଲା ‘ଦାନା’ର ବାହ୍ୟବଳୟ , ଆକାଶରେ ଘୋଟି ଆସିଲାଣି…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ପାରାଦୀପ ରାଡାରର ତଥ୍ୟ ଅନୁସାରେ ମିଳିଛି ବଡ଼ ସୂଚନା। ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି...

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର...

ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା, ଏହି ୪ ଜିଲାରେ କରିବ ତାଣ୍ଡବ!

ଭୁବନେଶ୍ୱର,୨୩।୧୦: ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ...

ହିତାଧିକାରୀଙ୍କ ଇ-କଓ୍ବୋଇସି କରିବାକୁ ସୁରଟ ଯାଇଥିଲେ ଯୋଗାଣ ସହାୟକ: ପଡ଼ିଲା ଭାରି ମହଙ୍ଗା, ଆଇଲା ବେଳକୁ ନାହିଁ

ବୁଗୁଡ଼ା,୨୩।୧୦(କାଳିଚରଣ ଦାଶ): କୌଣସି ଅନୁମତି ନ ନେଇ ହିତାଧିକାରୀମାନଙ୍କ ଇ-କେୱାଇସି କରିବା ପାଇଁ ମେଶିନ ଧରି ସୁରଟ ଯାଇଥିବା ବୁଗୁଡ଼ା ବ୍ଲକ ଭାମଶ୍ୟାଳି ପଞ୍ଚାୟତର ଯୋଗାଣ...

ବାତ୍ୟାର ପ୍ରକୋପ ଏହି ଜିଲାରେ ପଡ଼ିବ ବେଶୀ : ୭ ଜିଲାରେ ଭୟଙ୍କର ସ୍ଥିତି, ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩।୧୦: ସୃଷ୍ଟି ହେଲା ବାତ୍ୟା। । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଦାନା’। ଗଭୀର ଅବପାତ ବାତ୍ୟାର ରୂପ ନେଇଥିବା ସୂଚନା ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri