Categories: ଫୁରସତ

ସମୂଦ୍ର କୂଳରେ ଚାଲିଥିଲା ବିବାହ ଫଟୋଶୁଟ୍‌, ଘଟିଲା କିଛି ଏମିତି…

ବର୍ତ୍ତମାନ କରୋନା କବଳରେ ସମଗ୍ର ବିଶ୍ୱ। ଇତିମଧ୍ୟରେ କରୋନା ସହ ବଞ୍ଚିବା ମଧ୍ୟ ଆମେ ଶିଖିଯାଇଛୁ। ପରସ୍ପର ମଧ୍ୟରେ ଦୂରତା ବଜାର ରଖିବା, ବାରମ୍ବାର ହାତ ଧୋଇବା, ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଆଦି। ହେଲେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କରୋନା ସମୟରେ ବିବାହ କରିବା ସହ ଫଟୋଶୁଟ୍‌ ମଧ୍ୟ କରୁଛନ୍ତି। ସମୂଦ୍ର କୂଳରେ ଏକ କପଲ ବିବାହ ଫଟୋଶୁଟ୍‌ କରୁବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦକ୍ଷିଣ କାଲିଫର୍ଣ୍ଣିୟା ସମୂଦ୍ରକୂଳରେ ଏକ କପଲ ବିବାହ ପୂର୍ବରୁ ଅର୍ଥାତ୍‌ ଓ୍ବେଡିଂ ଫଟୋଶୁଟ୍‌ କରୁଥିଲେ। ହଠାତ୍‌ ଏକ ଲହଡି ଆସିବାରୁ ଉଭୟ ସମୂଦ୍ର ମଧ୍ୟକୁ ଭାସିଯାଇଥିଲେ। ମାତ୍ର ଖବର ପାଇଁ ଲାଇଫ୍‌ଗାର୍ଡ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ରଖୁଛନ୍ତି।

Share