Categories: ଫୁରସତ

ନବଜାତର ଓଜନ ୩୨୮ ଗ୍ରାମ୍‌

ଲଣ୍ଡନ: ଦୁନିଆରେ ପ୍ରତିଦିନ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଜନ୍ମ ନେଇଥାନ୍ତି। ସେଥିମଧ୍ୟରୁ କେତେଜଣ ଛୁଆ ବହୁ ହୃଷ୍ଟପୁଷ୍ଟ ତ କେତେଜଣ କମ୍‌ଜୋର ହୋଇଥାନ୍ତି। ନିକଟରେ ବ୍ରିଟେନର ୱେଲ୍ସରେ ଏକ ପିଲା ଜନ୍ମ ହୋଇଛି, ଯାହାର ଓଜନ ମାତ୍ର ୩୨୮ ଗ୍ରାମ୍‌। ଏହି ପିଲା ଜନ୍ମ ସମୟର ୫ ମାସ ଆଗରୁ ଜନ୍ମ ହୋଇଛି। ଛୁଆର ମା’ଙ୍କ ଗର୍ଭାବସ୍ଥାରେ ଏତେ କଷ୍ଟ ଅନୁଭବ ହେଲା ଯେ, ସେ ହସ୍ପିଟାଲରେ ୪ ମାସରେ ହିଁ ପିଲାକୁ ଜନ୍ମ ଦେଲେ। ଏହା ୱେଲ୍ସର ସବୁଠୁ ଛୋଟ ଜନ୍ମ ହୋଇଥିବା ପିଲା। ତା’ର ନାମ ରବିନ୍‌ ଚାମ୍ବର୍ସ। ମା’ ଚାଣ୍ଟିଲି ଚାମ୍ବର୍ସ ଏବଂ ବାପା ଡାନିଏଲ ଚାମ୍ବର୍ସଙ୍କ କହିବା କଥା, ଯେତେବେଳେ ରବିନ୍‌ ଜନ୍ମହେବାକୁ ଥିଲା ସେମାନଙ୍କୁ ଜଣାଥିଲା ଯେ ତାଙ୍କ ପିଲା ଛୋଟ ହେବ। ହେଲେ ଏତେ ଛୋଟ ହେବ ବୋଲି ଜଣା ନ ଥିଲା। ରବିନ୍‌ଙ୍କୁ ଏନ୍ୟୁରିନ ବେଭନ ୟୁନିଭର୍ସିଟିର ହେଲ୍‌ଥ ବୋର୍ଡ ୱେଲ୍ସର ସବୁଠୁ ଛୋଟ ଛୁଆ ଭାବେ ଆଖ୍ୟା ଦିଆଯାଇଛି। ପିଲାଟି ଏତେ ଛୋଟ ଜନ୍ମ ହୋଇଛି ଯେ, ସେ ତା’ ମା’ଙ୍କ ହାତରେ ଜାଗା ହୋଇଯାଉଛି। ଡାକ୍ତରଙ୍କ କହିବା କଥା, ରବିନ୍‌ ମାତ୍ର ୨୩ ସପ୍ତାହରେ ହିଁ ଜନ୍ମ ହୋଇଛନ୍ତି। ରବିନ୍‌ ଯେତେବେଳେ ଜନ୍ମ ହେଲେ ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏତେ ଛୋଟ ହୋଇଥିବାରୁ ଡାକ୍ତରମାନଙ୍କୁ ତା’ ଶିରା ଖୋଜିବାକୁ ବହୁ ସମୟ ଲାଗିଗଲା। ଧୀରେ ଧୀରେ ରବିନ୍‌ର ଓଜନ ବଢୁଛି। ସେ ଏବେ ୩ ମାସର ହୋଇଥିବାବେଳେ ତାଙ୍କ ଓଜନ ବଢ଼ି ୧ କେଜି ହୋଇଯାଇଛି। ଗତ ଜୁଲାଇରେ ଜନ୍ମହୋଇଥିବା ରବିନ୍‌ ସେବେଠାରୁ ହସ୍ପିଟାଲରେ ହିଁ ଅଛନ୍ତି।

Share