ଓମିକ୍ରନକୁ ନେଇ ଏପରି ଚେତାବନୀ ଦେଲା ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଉଛି। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି। ତେବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବୁଧବାର ଡବ୍ଲ୍ୟୁଏଚ୍‌ଓ ବିଶ୍ୱବାସୀକୁ ଚେତାବନୀ ଦେଇଛି।

ଡବ୍ଲ୍ୟୁଏଚ୍‌ଓ କହିଛି, ଅନେକ ଦେଶରେ ଓମିକ୍ରନ ଖୁବ୍‌ ତୀବ୍ର ବେଗରେ ବୃଦ୍ଧି ପାଉଛି। କରୋନାର ଡେଲ୍‌ଟା ଭାରିଆଣ୍ଟଠାରୁ ଓମିକ୍ରନ ଅଧିକ ମାରାତ୍ମକ। ଏହା ବହୁ ଶୀଘ୍ର ବ୍ୟାପିଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅର୍ଥାତ୍‌ ଡବ୍ଲ୍ୟୁଏଚ୍‌ଓ କହିଛି। ବ୍ରିଟେନ ଏବଂ ଆମେରିକା ଭଳି ଦେଶରେ ଏହି ଭାଇରସ ବ୍ୟାପିବାରେ ଲାଗିଛି। ଏଥିପାଇଁ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି।

Share