Categories: ଜାତୀୟ

ଡବ୍ଲ୍ୟୁଏଚ୍‌ଓର ରିପୋର୍ଟରେ ଯୋଡାଯାଇଛି ମନଇଚ୍ଛା ଶଦ୍ଦ

ନୂଆଦିଲ୍ଲୀ, ୧୨।୫: କରୋନା ଭୂତାଣୁର ବି.୧.୬୧୭ ମ୍ୟୁଟାଣ୍ଟକୁ ଭାରତୀୟ ଭାରିଆଣ୍ଟ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର ରିପୋର୍ଟରେ ଉକ୍ତ ଷ୍ଟ୍ରେନ୍‌ ସହ ‘ଭାରତୀୟ’ ଶବ୍ଦ ଯୋଡ଼ି ନ ଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ବି.୧.୬୧୭ ମ୍ୟୁଟାଣ୍ଟ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଥିଲା। କୌଣସି ଆଧାର ନ ଥାଇ କେତେକ ଗଣମାଧ୍ୟମ ସେମାନଙ୍କ ରିପୋର୍ଟରେ ଏହା ସହିତ ଭାରତୀୟ ଭାରିଆଣ୍ଟ ଶବ୍ଦ ଯୋଡ଼ିଛନ୍ତି। ଡବ୍ଲ୍ୟୁଏଚ୍‌ଓର ୩୨ ପୃଷ୍ଠାର ଦସ୍ତାବିଜ୍‌ରେ ବି.୧.୬୧୭ ଷ୍ଟ୍ରେନ୍‌ ସହ ‘ଇଣ୍ଡିଆନ୍‌ ଭାରିଆଣ୍ଟ’ ଶବ୍ଦ ସଂଯୋଗ କରାଯାଇ ନ ଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିବା ସହ ମନଇଚ୍ଛା ଏଭଳି ଶବ୍ଦ ନ ଯୋଡ଼ିବାକୁ ପରାମର୍ଶ ଦେଇଛି

Share