Categories: ଜାତୀୟ

ତଦନ୍ତ ଲାଗି ଚାଇନା ଯିବ ଡବ୍ଲ୍ୟୁଏଚ୍‌ଓ ଟିମ୍‌

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଉତ୍ପତ୍ତି ସ୍ଥଳ ଚାଇନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ଟିମ୍‌ ଆସନ୍ତା ସପ୍ତାହରେ ତଦନ୍ତ ଲାଗି ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଚାଇନାର ଏକ ବିଜ୍ଞାନାଗାରରୁ ଏହା ଲିକ୍‌ ହୋଇଥିବା ଆମେରିକା ଅଭିଯୋଗ କରିଥିଲା। ତେବେ ଚାଇନା ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା। ସେପଟେ ଭୂତାଣୁ ଉତ୍ସ ବାହାର କରିବା ନିହାତି ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ଭୂତାଣୁର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଜଣାପଡ଼ିଲେ ଏହାକୁ ପରାଜୟ କରିବା ସହଜ ହେବ ବୋଲି ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ ଆଧାନମ୍‌ ଘେବ୍ରେୟେସେସ୍‌ ମିଡିଆକୁ କହିଛନ୍ତି। କରୋନା ଭୂତାଣୁ ଦେଖାଦେବାର ୬ ମାସ ବିତିଯାଇଥିବା ବେଳେ ଏବେ ବିଶ୍ୱରେ ୧୧ ନିୟୁତରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ୫ ଲକ୍ଷ ୨୯ ହଜାର ଲୋକଙ୍କ ଜୀବନ ଯାଇଛି।

Share