Categories: ଜାତୀୟ

ଉତ୍ତରାଖଣ୍ଡ ପାଇଁ ସମଗ୍ର ଦେଶବାସୀ ପ୍ରାର୍ଥନା କରୁଛନ୍ତି: ପ୍ରଧାନମନ୍ତ୍ରୀ

କୋଲକତା,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ ଅଛନ୍ତି। ହଳଦିଆରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି ମୋଦି ପ୍ରଥମେ ଉତ୍ତରାଖଣ୍ଡରେ ଘଟିଥିବା ହିମସ୍ଖଳନ ନେଇ ସେ ଦୁଃଖପ୍ରକାଶ କରିଛନ୍ତି। ସେ ଲଗାତର ଅପଡେଟ୍‌ ନେଉଛନ୍ତି, ପୂରା ଦେଶ ସେଠାରେ ଫସିଥିବା ଲୋକଙ୍କ ପାଇଁ ପାଇଁ ପ୍ରାର୍ଥନା କରୁଛି । ଲୋକଙ୍କୁ ଉଦ୍ଧାର ପାଇଁ ସମସ୍ତ ଚାଲିଛି ବୋଲି ସେ କହିଛନ୍ତି। ଏହାସହ ପଶ୍ଚିମବଙ୍ଗର ବିଶକାଶ ସହ ଜଡିତ ୫ ହଜାର କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିବା ପାଇଁ ଏଠାକୁ ଆସିଥିବା ସେ କହିଛନ୍ତି।

Share