Categories: ଜାତୀୟ

ସ୍ବାମୀଙ୍କୁ ହତ୍ୟା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କଲେ ସ୍ତ୍ରୀ

ଆଗ୍ରା,୩୧ା୩:ଉତ୍ତରପ୍ରଦେଶ ଆଗ୍ରା ଜିଲାର ବାହ ଥାନା ଅଞ୍ଚଳରେ ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଖସିଯାଇଥିଲା କି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେ ନିଜର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ଏହି ପୁରସ୍କାର ଅଫର ଦେଇଥିଲେ। ସ୍ବାମୀ ଜଣକ ସ୍ତ୍ରୀଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ପଢ଼ିବା ପରେ ଘଟଣା ସାମନାକୁ ଆସିଛି। ସ୍ତ୍ରୀଙ୍କ ନାଁରେ ସ୍ବାମୀ ଥାନାରେ ଏତଲା ଦେଇଛନ୍ତି। ସ୍ତ୍ରୀଙ୍କର ଜଣେ ବନ୍ଧୁ ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମଧ୍ୟ ସ୍ବାମୀ ଏତଲାରେ ଦର୍ଶାଇଛନ୍ତି। ବାହ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ ସ୍ବାମୀ ଜଣକ ୨୦୨୨ ଜୁଲାଇ ୯ରେ ମଧ୍ୟପ୍ରଦେଶର ଭିନ୍ଦ ଜିଲାରେ ବିବାହ କରିଥିଲେ। ୫ ମାସର ଅସୁଖୀ ବିବାହ ଜୀବନ ପରେ ଡିସେମ୍ବରରେ ସ୍ତ୍ରୀ ବାପଘରକୁ ପଳାଇଥିଲେ।

Share