ସ୍ବାମୀ ମୁଖାଗ୍ନି ଦେବା ସମୟରେ ଜୁଇରୁ ଜୀବିତ ହୋଇଉଠିଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ବ୍ରହ୍ମପୁର,୧୨ା୨(ତନୁଶ୍ରୀ ନାହାକ/ସ୍ମୃତିରଞ୍ଜନ ମହାଲିକ): କଥାରେ ଅଛି ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ପାରେ ଜନ୍ତୁରାଣ। ଠିକ୍‌ ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଜୁଇରେ ନିଆଁ ଲାଗିବା ପୂର୍ବରୁ ମୃତ ବୃଦ୍ଧା ଜଣକ ଜୀବିତ ହୋଇ ଉଠିଛନ୍ତି। ଘଟଣାଟି ବିଶ୍ୱାସ ନ ହେଲେ ବି ସତ। ବ୍ରହ୍ମପୁର ସହରର ୨୫ ନଂ ଓ୍ବାର୍ଡସ୍ଥିତ ବିଜିପୁର ମଶାଣିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ୨୮ନଂ ଓ୍ବାର୍ଡସ୍ଥିତ ଗୁଡସରୋଡ୍‌ ତ୍ରିନାଥ ମନ୍ଦିର ସାହିର ଶିବରାମ ପାଳ (୫୪)ଙ୍କ ସ୍ତ୍ରୀ ବୁଚି ଆମା (୫୦)। ଶିବରାମଙ୍କ ସ୍ତ୍ରୀ ଗତ ୭ ବର୍ଷ ଧରି ପାରାଲିସିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଗତ ୧ ତାରିଖ ସନ୍ଧ୍ୟାରେ ଗ୍ୟାସରେ ରୋଷେଇ କରୁଥିବା ସମୟରେ କୌଣସି କାରଣରୁ ଗ୍ୟାସରେ ନିଆଁ ଲାଗି ପୋଡ଼ି ହୋଇଯାଇଥିଲେ। ସେ ପୋଡ଼ି ହୋଇ ଘର ବାରଣ୍ଡାରେ ପଡ଼ିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ। ସ୍ବାମୀ ପହଞ୍ଚି ବୁଚି ଆମାଙ୍କୁ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମେଡିକାଲରେ ତାଙ୍କର ଚିକିତ୍ସା କରାଯିବା ସହ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ସାଲାଇନ ଲଗାଇବା ନିମନ୍ତେ ତାଙ୍କର ଶିରା ପ୍ରଶିରା ଦେଖା ନ ଯିବାରୁ ଡାକ୍ତର ତାଙ୍କୁ ଘରକୁ ନେଇଯିବା ପାଇଁ କହିଥିଲେ। ଫଳରେ ଶିବରାମ ସ୍ତ୍ରୀଙ୍କୁ ଧରି ଘରକୁ ଫେରିଆସିଥିଲେ। ଏହାପରେ ସେ ସ୍ତ୍ରୀଙ୍କର ସମସ୍ତ ସେବା ଶୁଶୁ୍ରଷା କରୁଥିଲେ। କିନ୍ତୁ ସୋମବାର ଭୋର୍‌ ସମୟରେ ବୁଚି ଆମାଙ୍କ ମୃତ୍ୟୁ ଘଟିଥିବା ସ୍ବାମୀ ଶିବରାମ ଜାଣିବାକୁ ପାଇଥିଲେ। ସେ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଇଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ଚିରଞ୍ଜୀବ ପାତ୍ର ଏ ବାବଦରେ ସ୍ଥାନୀୟ କର୍ପୋରେଟରଙ୍କୁ ଜଣାଇଥିଲେ। ଶବ ବୁହା ଗାଡ଼ିକୁ ଡକାଇ ମରଶରୀରକୁ ଶ୍ମଶାନ ନେବାରେ ସହଯୋଗ କରିଥିଲେ। ଶ୍ମଶାନରେ ମୃତଦେହକୁ ଜୁଇ ଉପରେ ରଖାଯିବା ପରେ ସ୍ବାମୀ ଶିବରାମ ନିଆଁ ଲଗାଇବା ପାଇଁ ୩ଥର ବୁଲିଥିଲେ। ଏହାପରେ ଜୁଇରେ ନିଆଁ ଲଗାଇବାକୁ ଯିବା ସମୟରେ ମୃତ ବୁଚି ଆମା ଆଖି ଖୋଲିଥିବା ଶ୍ମଶାନରେ କାର୍ଯ୍ୟରତ ଜଣେ ଶବଦାହ କର୍ମଚାରୀ ଦେଖିଥିଲେ। ସେ ଶିବରାମଙ୍କୁ ଜଣାଇଥିଲେ। ଶିବରାମ ସ୍ତ୍ରୀ ଜୀବିତ ଥିବା ଜାଣି ଆମ୍ବୁଲାନ୍ସ ଯୋଗେ ନିଜ ଘରକୁ ନେଇଯାଇଥିଲେ। ଯାହାକୁ ଶୁଣି ସ୍ଥାନୀୟ ବାସିନ୍ଦା ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ତେବେ ଶିବରାମଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ
ବର୍ତ୍ତମାନ ଅର୍ଦ୍ଧଦଗ୍ଧ ଅବସ୍ଥାରେ ବୁଚି ଆମା ଘରେ ପଡ଼ିରହିଛନ୍ତି । ଏପରିକି ତାଙ୍କ ଦେହରେ ପୋକ ହୋଇଯାଇଥିବା ସେ କହିଛନ୍ତି। ସ୍ତ୍ରୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ଶିବରାମ ନିବେଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri