ମାଲକାନଗିରି,୧।୪ : ମାଲକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀର ତୀର ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପରିବାର ଲୋକେ ମହିଳାଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ମୋଟୁ ଥାନା ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ମୋଟୁ ଥାନା କମଳାପୁରମ ଗାଁରେ ମହିଳା ଜଣକ ସ୍ବାମୀଙ୍କ ସହ ମିଶି ମଦ୍ୟପାନ କରିଥିଲେ । ପରେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସ୍ବାମୀଙ୍କ ତୀର ମାଡ଼ରେ ମହିଳା ଗୁରୁତର ହୋଇଥିଲେ।