ଘରୋଇ କଳିରୁ ସ୍ବାମୀଙ୍କୁ ମାରିଲା ସ୍ତ୍ରୀ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) ଘରୋଇ କଳିରୁ ଏକ ଲୋମ ହର୍ଷଣକାରୀ ଘଟଣା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମର ଜୁଆଙ୍ଗ ସାହିରେ ଘଟିଛି । ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ବାମୀ ଟୁରାଙ୍କୁ ଶାବଳରେ ପିଟି ଥିବା ନିଜେ ପୋଲିସ ଆଗରେ ସ୍ବୀକାର କରିଛି। ପୋଲିସ ଏହି ଘଟଣାରେ ସୁନିତାଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଏହି ଘଟଣା ରବିବାର ରାତିରୁ ଘଟିଥିବା ବେଳେ ମଙ୍ଗଳବାର ଖବର ପାଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଦୀର୍ଘ ତିନି ଦିନ ଧରି ଟୁରାଙ୍କ ମୃତଦେହ ଘରେ ପଡିରହିଥିବା ବେଳେ ଚାରି ଛୁଆଙ୍କୁ ଧରି ସୁନୀତା ସେହି ଘରେ ରହି ଆୁସଥିଲା। ଟୁରା ମଦ ପିଇ ବାରମ୍ବାର ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରୁଥିବା ବେଳେ ମାଡ ମଧ୍ୟ ମାରୁଥିଲେ। ଘଟଣାଦିନ ରାତିରେ ଏହି ଗାଳି ଗୁଲଜ ଅଧିକ ବଢ଼ି ଯିବାରୁ ଘରେ ଥିବା ଶାବଳରେ ସ୍ବାମୀଙ୍କୁ ମାରିଥିବା ସୁମିତ୍ରା ପୋଲିସଙ୍କୁ କହିଛି । ଘଟଣା ସ୍ଥଳରେ ଟାଉନ ଆଇଆଇସି, ମୃତଦେହକୁ ଜବତ କରି ସୁନୀତାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି। କେସ ନମ୍ବର୍‌ ୩୭୦/୨୦୨୩ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ସୁନିଲ କର, ଟାଉନ ଥାନା ଅଧିକାରୀ କହିଛନ୍ତି। ଅଭିଯୁକ୍ତଙ୍କୁୁ ସୁଧାର ଘରେ ରଖାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

Share