ସ୍ବାମୀଙ୍କୁ ହତ୍ୟା କଲେ ସ୍ତ୍ରୀ

ଭଦ୍ରକ,୨୭ା୭(ସନାତନ ରାଉତ): ପାରିବାରିକ କଳହ ଉଗ୍ରରୂପ ନେବାରୁ ସ୍ବାମୀକୁ ଶାବଳରେ ଭୁସି ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବାଣିତିଆରେ। ଉକ୍ତ ଗ୍ରାମର ସୁରେଶ ମହଲାଙ୍କ ସ୍ତ୍ରୀ ସଞ୍ଜୁଲତା ସ୍ବାମୀଙ୍କୁ ଛାଡ଼ି ବାହାରେ ରହୁଥିଲେ। ଏବେ ଗାଁକୁ ଆସିଥିବା ବେଳେ ପୁନର୍ବାର ବାହାରକୁ ଯିବାକୁ ସୁରେଶ ମନା କରିଥିଲେ। ଏହି କଥାରୁ ଝଗଡ଼ା ଉଗ୍ରରୂପ ନେଇଥିଲା। ତାଙ୍କ ପୁଅ ସୁରେଶକୁ ଧରିଥିଲେ ଆଉ ସଞ୍ଜୁଲତା ଶାବଳରେ ସ୍ବାମୀଙ୍କ ପେଟକୁ ଭୁସି ଦେଇଥିଲେ।

ସୁରେଶ ଦୌଡ଼ି ଆସି ରାସ୍ତାରେ ପଡ଼ି ପ୍ରାଣ ହାରିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପରେ ଗ୍ରାମବାସୀ ମା ’ପୁଅଙ୍କୁ ବାନ୍ଧି ମାଡ଼ ମାରିବା ସହ ପୋଲିସ ଜିମା ଦେଇଛନ୍ତି।

Share