Categories: ଫୁରସତ

ବିବାହର ପ୍ରଥମ ରାତିରେ ସ୍ବାମୀଙ୍କୁ ଏପରି କାର୍ଯ୍ୟରେ ଲଗାଇଲେ ସ୍ତ୍ରୀ, ଲୋକେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ବିବାହର ପ୍ରଥମ ରାତି ପ୍ରତ୍ୟେକ ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଆଜିକାଲି ସୋସିଆଲ ମିଡିଆରେ ବିବାହର ପ୍ରଥମ ରାତିର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବିବାହର ପ୍ରଥମ ରାତିରେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ଏପରି କାର୍ଯ୍ୟରେ ଲଗାଇଥିଲେ,ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ବିବାହର ପ୍ରଥମ ରାତିରେ ଏକ ଦମ୍ପତି ଏକାଠି ଅଛନ୍ତି। ଏହି ସମୟରେ ସ୍ବାମୀ ନିଜ ସ୍ତ୍ରୀଙ୍କ ମେକଅପ ହଟାଉଛନ୍ତି। ଏଥିରେ ସେ ତାଙ୍କ ସ୍ତ୍ରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସାହାଯ୍ୟ କରନ୍ତି। ମୁଣ୍ଡରୁ କ୍ଲିପ୍‌ କାଢିବା ହେଉ କି ବେକରୁ ନେକ୍‌ଲେସ୍‌ ପର୍ଯ୍ୟନ୍ତ ସେ ବାହାର କରୁଛନ୍ତି। କିନ୍ତୁ ଯୁବତୀଙ୍କ ମୁଣ୍ଡରେ ଏତେ କ୍ଲିପ୍‌ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ କାଢୁଛନ୍ତି। ଏଥିରେ ସେ ଥକି ମଧ୍ୟପଡିଛନ୍ତି। ଏହା ଦେଖି ଭିଡିଓର ପରବର୍ତ୍ତୀ ଭାଗ କେବେ ଆସିବ ବୋଲି ଲୋକମାନେ ମଧ୍ୟ କମେଣ୍ଟ ଦେଇଛନ୍ତି। ଏହି ମଜାଳିଆ ଭିଡିଓ ଲୋକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି।

 

Share