୨୫ ବର୍ଷ ହେବ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି ପ୍ରସିଦ୍ଧ ଫୁଟବଲର୍‌ଙ୍କ ସ୍ତ୍ରୀ

ଇଂଲଣ୍ଡର ପୂର୍ବତନ ଫୁଟବଲ ଖେଳାଳି ତଥା କୋଟିପତି ଡେଭିଡ ବେକହମ ଏକ ଅଜବ ଘଟଣାର ଖୁଲା କରିଛନ୍ତି। ତାଙ୍କ ସ୍ତ୍ରୀ ଭିକ୍ଟୋରିଆ ୨୫ ବର୍ଷ ଧରି ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି। ୪୬ ବର୍ଷିୟ ବେକହମ କହିଛନ୍ତି ଯେ, ସେ ତାଙ୍କ ଖାଦ୍ୟ ବାଣ୍ଟିବାକୁ ପସନ୍ଦ କରନ୍ତି କିନ୍ତୁ ଭିକ୍ଟୋରିଆ ୨୫ ବର୍ଷ ଧରି କେବଳ ଗ୍ରିଲଡ ମାଛ ଏବଂ ସିଝା ପନିପରିବା ଖାଉଛନ୍ତି। ରିଭର କାଫେର ଟେବୁଲ ପୋଡକାଷ୍ଟରେ ସ୍ତ୍ରୀଙ୍କ ଖାଇବା ଅଭ୍ୟାସ ବିଷୟରେ ଆଲୋଚନା କରିବାବେଳେ ଭିକ୍ଟୋରିଆ ଖାଦ୍ୟ ଏବଂ ମଦ ପ୍ରତି ଅତ୍ୟଧିକ ଉତ୍ସାହୀ ଥିବା ସେ ପ୍ରକାଶ କରିଥିଲେ। ଯେତେବେଳେ ସେ କିଛି ଭଲ ଖାଉଛନ୍ତି, ସେ ଚାହାଁନ୍ତି ଯେ ତାଙ୍କ ସହିତ ବସିଥିବା ସମସ୍ତେ ସେହି ଖାଦ୍ୟର ସ୍ବାଦ ଚାଖନ୍ତୁ, କିନ୍ତୁ ଏହି ଇଚ୍ଛା ତାଙ୍କ ସ୍ତ୍ରୀଙ୍କ ସହିତ ପୂରଣ ହୁଏ ନାହିଁ ବୋଲି ସେ କହିଛନ୍ତି। ଫ୍ୟାଶନ ଡିଜାଇନର ଥିବା ଭିକ୍ଟୋରିଆ ତାଙ୍କ ଚାରି ପିଲାଙ୍କ ବିନା ଘରେ ରହିବାକୁ ଭଲ ପାଆନ୍ତି କାରଣ ଯେତେବେଳେ ସେ ଯାହା ଚାହିଁବେ ରୋଷେଇ କରିପାରିବେ।
ଦୁନିଆର ପ୍ରସିଦ୍ଧ ଫୁଟବଲର୍‌ ଭାବେ ଜଣାଶୁଣା ଡେଭିଡ ବେକହାମ ୧୯୯୨ ରୁ ୨୦୧୩ ପର୍ଯ୍ୟନ୍ତ ବୃତ୍ତିଗତ ଫୁଟବଲରେ ସକ୍ରିୟ ଥିଲେ। ବେକହମ ୧୯୯୬ ରୁ ୨୦୦୯ ପର୍ଯ୍ୟନ୍ତ ଇଂଲଣ୍ଡ ପାଇଁ ଖେଳିଥିଲେ। ବେକହମଙ୍କ ସର୍ବକାଳୀନ ଷ୍ଟାଇଲିସ ଫୁଟବଲର୍‌ କୁହାଯାଏ। ଜଣେ ଫୁଟବଲର୍‌ ହେବା ସହିତ ସେ ଜଣେ ସଫଳ ମଡେଲ ଏବଂ ବ୍ୟବସାୟୀ ମଧ୍ୟ। ବେକହମ ହେଉଛି ୩ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ।

Share