ଖଣି ଅଞ୍ଚଳରୁ ହଟୁଛି ଘଡ଼େଇ ପରିବାରର ପତିଆରା

କାଳିଆପାଣି,୨ା୭(ଅସିତ୍‌ ମହନ୍ତ):ଶ୍ରମିକ ସଂଘ (ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ବା ଏସ୍‌ଆର୍‌ସିକେଏମ୍‌ଏସ୍‌) ପକ୍ଷରୁ କାଳିଆପାଣି ଖଣି ଅଞ୍ଚଳରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇ ତାହା ଉପରେ ଲଗାମ ଲଗାଯାଇଛି। ନିର୍ବାଚନ ପରେ ସୁକିନ୍ଦା ଖଣି ଅଞ୍ଚଳର କେତେକ ସ୍ଥାନରେ ଗଣ୍ଡଗୋଳ ହୋଇଥିବାବେଳେ ଶ୍ରମିକ ସଂଘ ସଦସ୍ୟ ଭରତ ମହାନ୍ତଙ୍କ ସହ କେତେଜଣ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଖଣି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଶ୍ରମିକ ସଂଘ ପକ୍ଷରୁ ଜୁଲାଇ ୧ରେ ଖଣି ଅଞ୍ଚଳ ବନ୍ଦ ଡାକରା ଦିଆଯାଇଥିଲା। ହେଲେ ଶ୍ରମିକମାନେ କାର୍ଯ୍ୟ କରିବାକୁ ଖଣିକୁ ଆସିଥିବାବେଳେ ସେମାନେ ଆନ୍ଦୋଳନରେ ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟ ସମର୍ଥନ ମିଳି ନ ଥିଲା। ଏଥିରୁ ଖଣି ଅଞ୍ଚଳରୁ ଘଡ଼େଇ ପରିବାରର ପତିଆରା କ୍ରମଶଃ ହଟୁଥିବା ଆଲୋଚନା ହେଉଛି।
ଏକଦା ଶ୍ରମିକ ସଂଘ କଥାରେ କାଳିଆପାଣି ଖଣି ଅଞ୍ଚଳ ଚାଲିଥିଲା। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଏବଂ ତାଙ୍କ ପୁଅ ପ୍ରୀତିରଞ୍ଜନ ଘଡେଇଙ୍କ ଗଡ଼ ଭାବେ କାଳିଆପାଣି ଖଣି ଅଞ୍ଚଳ ପରିଚିତ ଥିଲା। ଏବେ ଏଠାରେ ପିତାପୁତ୍ରଙ୍କୁ ପ୍ରତ୍ୟାଖ୍ୟାନ କରାଯାଉଥିବା ଅନୁଭବ ହେଉଛି। ଉପରୋକ୍ତ ଆନ୍ଦୋଳନକୁ ସମର୍ଥନ ନ ମିଳିବା ଏହାର ଏକ ଉଦାହରଣ ବୋଲି କୁହାଯାଉଛି। ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ସଭାପତି ଥିବା ଶ୍ରମିକ ସଂଘର ବନ୍ଦ ଡାକରାକୁ ଶ୍ରମିକ ଓ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିବା ଫଳରେ ଖଣି କାର୍ଯ୍ୟ, ଦୋକାନ ବଜାର, ଖଣିରୁ ପରିବହନ ସ୍ବାଭାବିକ ଭାବେ ଚାଲୁ ରହିଥିଲା।
ଘଟଣାରୁ ପ୍ରକାଶ ଯେ, ୧୯୯୦ରୁ ୨୦୨୪ ଯାଏ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଘଡେଇ ବାପ, ପୁଅ ପ୍ରତିନିଧିତ୍ୱ କରି ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇ ଆସୁଥିଲେ। ସେମାନେ ଏହି ଖଣି ଅଞ୍ଚଳର ଏକତରଫା ଭୋଟରେ ୩୪ ବର୍ଷ ଶାସନ କ୍ଷମତାରେ ରହିଥିଲେ। ହେଲେ ୨୦୨୪ ନିର୍ବାଚନରେ ଏଠାକାର ଭୋଟର ସେମାନଙ୍କଠାରୁ ମୁହଁମୋଡ଼ି ନେବାରୁ ଭାଜପା ନେତା ପ୍ରଦୀପ ବଳସାମନ୍ତ ବିଜୟୀ ହୋଇଥିଲେ। ଏହାପରେ ପ୍ରୀତିରଞ୍ଜନ ଓ ତାଙ୍କ ସମର୍ଥକମାନେ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନ ଥିବାରୁ ଅଞ୍ଚଳରେ ଗଣ୍ଡଗୋଳ ସୃଷ୍ଟି ହେଉଥିବା ଭାଜପା ନେତାମାନେ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ଗତ ୬ ତାରିଖରେ ଏସ୍‌ଆର୍‌ସିକେଏମ୍‌ଏସ୍‌ର ସଦସ୍ୟ ଭରତ ମହାନ୍ତଙ୍କୁ କେତେଜଣ ଭାଜପା କର୍ମୀ ଆକ୍ରମଣ କରିଥିବା ନେଇ କାଳିଆପାଣି ଥାନାରେ ଅଭିଯୋଗ ହୋଇଥିଲା। ଆକ୍ରମଣକାରୀ ଦୁଇଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଉ ୧୦ଜଣ କୋର୍ଟରେ ଆତ୍ମସମର୍ପଣ କରି ଜାମିନରେ ଆସିଛନ୍ତି। ତେବେ ଏତଲାକାରୀଙ୍କ ଲିଖିତ ନାମ ଅନୁଯାୟୀ ସବୁ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ଜାମିନରେ ଆସିଥିବାବେଳେ ସେମାନଙ୍କୁ ଗିରଫ କରିବା ପାଇଁ ସୋମବାର ବନ୍ଦ ଡାକରା ଦିଆ ଯାଇଥିଲା। ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ଚିନ୍ତା କରି ଖଣି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ସହ ବ୍ୟାପକ ପୋଲିସ ମୁତୟନ କରି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲା। କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସିଲଭରିୟସ ଟପୋ, କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲିକଙ୍କ ସମେତ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବାନ୍ଧି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି l ଘରେ କେହି ନ...

ପ୍ରଥମ ସ୍ତ୍ରୀ ଫେରି ଅଦିନରେ ପାଳିଲେ ସାବିତ୍ରୀ ବ୍ରତ, ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ

ସାଲେପୁର,୪।୭(ଅରବିନ୍ଦ ଭୂୟଁା)ପ୍ରଥମ ସ୍ତ୍ରୀ ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ଅନ୍ୟତ୍ର ପଳାଇ ଯିବାର ୧୫ ବର୍ଷ ପରେ ସ୍ବାମୀ ପାଖକୁ ଫେରି ଅଦିନରେ ସାବିତ୍ରୀ ବ୍ରତ...

କୌଳିକ ବୃତ୍ତିରେ ବାପାଙ୍କ ସହ ଉଚ୍ଚଶିକ୍ଷିତା କନ୍ୟା

କଟକ,୪ା୭ (କାର୍ତ୍ତିକ ସାହୁ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି। ଆଉ ୨ ଦିନ ପରେ ନବଯୌବନ ଦର୍ଶନ। ଭକ୍ତମାନେ ଅତ୍ୟନ୍ତ ଆଗ୍ରହରେ...

ଦେଶୀ ନାଁରେ ବିକ୍ରି ହେଉଛି ଅପମିଶ୍ରିତ କ୍ଷୀର, ଦହି, ଘିଅ

ଅସ୍ତରଙ୍ଗ,୪।୭(ପ୍ରଦୀପ୍ତ କୁମାର ଦୀକ୍ଷିତ)ଘରେ ଗାଈ ନାହିଁ, କିନ୍ତୁ ଘରକୁ ଘର ବୁଲି ଯୋଗାଇ ଦେଉଛନ୍ତି କ୍ଷୀର, ଦହି, ଘିଅ, ପନିର। କେତେକ ଦୋକାନରେ ବି ଦେଶୀ...

କଲେଜରେ ଅଧ୍ୟକ୍ଷଙ୍କୁ ଅଧ୍ୟାପକଙ୍କ ଆକ୍ରମଣ

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ମହାବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପଦବୀକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଇତିହାସ...

ଓଡ଼ିଆ ଲେଖି ଜାଣି ନ ଥିବାରୁ ସରପଞ୍ଚ ପଦ ଅସିଦ୍ଧ

ମୋହନା, ୪ା୭ (ମନ୍ମଥ ମିଶ୍ର)ଓଡ଼ିଆ ଲେଖି ଜାଣି ନ ଥିବା ଅଭିଯୋଗରେ ସରପଞ୍ଚଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି କୋର୍ଟ । ଗଜପତି ଜିଲା ମୋହନା ବ୍ଲକ୍‌...

କୁସୁମା ବଙ୍ଗଳାର ତଦନ୍ତ ହେବ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲା ବିଶିଷ୍ଟ ୯ଟି କଟେଜ ନିର୍ମାଣର ରହସ୍ୟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ବୁଧବାର ଯାଜପୁର...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ,୩।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri