ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଦିନକୁ ଦିନ ଶୀତ ଯେମିତି ବୃଦ୍ଧି ପାଉଛି ସେମିତି ଶୀତ ମହୋତ୍ସବକୁ ନେଇ ଉତ୍ସାହ ବଢିବାରେ ଲଗାଛି। ଆସନ୍ତା ଶନିବାର ଠାରୁ ଏହି ମହୋତ୍ସବର ଶୁଭାରମ୍ଭ ହୋଇ ସୋମବାର ଉଦଯାପିତ ହେବ। ଦୈନିକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଅତିଥିରେ ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବାର ରହିଛି। ଏଥିପାଇଁ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବିଡ଼ିଓ ତଥା ଶୀତ ମହୋତ୍ସବ କମିଟିର ସମ୍ପାଦକଙ୍କ ନେତୃତ୍ୱରେ ପାଳନ ହେବାକୁ ରହିଥିବା ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ପ୍ରତିଦିନ ସମସ୍ତ କାର୍ଯ୍ୟର ତଦାରଖ ବିଡ଼ିଓ ପ୍ରୀତିରଞ୍ଜନ ରଥ କରୁଥିବାବେଳେ ବୁଧବାର ସକାଳ ସମୟରେ ତାଙ୍କ ପ୍ରତିନିଧି ଦଳକୁ ନେଇ ଶୀତ ମହୋତ୍ସବ ସ୍ଥଳରେ ଚାଲିଥିବା ଷ୍ଟଲ, ମଞ୍ଚ, କଳାକାରଙ୍କ ପାଇଁ ଗ୍ରୀନ ରୁମ, ଅସ୍ଥାୟୀ ଗୋଷ୍ଠି ଶୌଚାଳୟ କାର୍ଯ୍ୟ ଆଦିର ତଦାରଖ କରିଛନ୍ତି। ଏହି କମିଟିରେ ବିଭିନ୍ନ ଉପଶାଖା କମିଟିଗୁଡିକ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ବିଡ଼ିଓ ଆହ୍ବାନ ଦେବା ସହ ଏହାର ତଦାରଖ କରୁଛନ୍ତ। ଶାନ୍ତି ଶୃଙ୍ଖଳାର ସହ ଚଳିତ ମହୋତ୍ସବ ପାଳନ କରିବା ସହ ବିଗତ ଦିନରେ ପାଳିତ ହୋଇଥିବା ଶୀତ ମହୋତ୍ସବଠାରୁ ଚଳିତ ବର୍ଷ ଆହୁରି ଧୁମ୍୍ଧାମରେ ପାଳନ କରାଯିବାକୁ ପ୍ରଶାସନ ପ୍ରୟାସ କରୁଥିବା ବିଡ଼ିଓ ରଥ ପ୍ରକାଶ କରିଛନ୍ତି।