ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଶୁକ୍ରବାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନ ଆରମ୍ଭରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ଅଧିବେଶନ ଆରମ୍ଭରୁ ପୂର୍ବତନ ବାଚସ୍ପତି ଶରତ କର ଓ ଦୁଇ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ୱର ପାତ୍ର ଏବଂ ଗୁରୁପଦ ନନ୍ଦଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯାଇଥିଲା। ଏତଦ୍‌ବ୍ୟତିତ କରୋନା ଯୋଦ୍ଧାଙ୍କ ପାଇଁ ମଧ୍ୟ ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Share