Categories: ଫୁରସତ

ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହୁଁଥିଲେ ଦମ୍ପତି: ୯୦ ବର୍ଷରେ ପୂରଣ ହେଲା ଇଚ୍ଛା

ସମୁଦ୍ର କୂଳରେ କିଛି ମୁହୂର୍ତ୍ତ ବିତାଇବାକୁ ପ୍ରାୟ ସବୁ ଦମ୍ପତି ଚାହିଁଥାନ୍ତି। ମାତ୍ର ସୁଯୋଗ ଅଭାବରୁ କେହି କେହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି ତ ଆଉ କାହା ଇଚ୍ଛା ଇଚ୍ଛାରେ ହିଁ ରହିଯାଇଥାଏ।

ଆମେରିକାର କ୍ୟାରୋଲିନ୍‌ରେ ରହୁଥିବା ଏକ ଦମ୍ପତିଙ୍କ ଏହି ସ୍ବପ୍ନ ୯୦ ବର୍ଷ ବୟସରେ ପୂରଣ ହୋଇଛି। ଏହି ବୃଦ୍ଧ ଦମ୍ପତି ଜୀବନରେ ପ୍ରଥମଥର ସମୁଦ୍ର କୂଳକୁ ବୁଲିବାକୁ ଯାଇ ବେଶ୍‌ ସୁଖ ସାଉଁଟିଛନ୍ତି।

ବବି ଏବଂ ମ୍ୟାରି ରିଡ୍‌ ଏହି ମାସ ଆରମ୍ଭରେ ନିଜ ପରିବାର ସହ ମର୍ଟଲ ବିଚ୍‌କୁ ଛୁଟି କାଟିବାକୁ ଯାଇଛନ୍ତି। ଦୁଇଜଣ ରିଡ୍‌ସ ଗୋଲ୍‌ଫ କାର୍ଟରେ ବସି ମାଛ ଧରିବା ଦୃଶ୍ୟ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ଦମ୍ପତି କୁହନ୍ତି, ଆମେ ସବୁବେଳେ ସମୁଦ୍ର କୁଳକୁ ଯିବାକୁ ଚାହୁଁଥିଲୁ। ମାତ୍ର ଏତେ ବ୍ୟସ୍ତ ଜୀବନ ମଧ୍ୟରେ କେବେ ସେ ସୁଯୋଗ ମିଳି ନ ଥିଲା। ସେ କହିଛନ୍ତି, ଆମର ଏହି ଯାତ୍ରା ଜୀବନରେ ସବୁଠୁ ଆନନ୍ଦର ଦିନ। ଆମର ଏହି ଇଚ୍ଛା ଦୀର୍ଘବର୍ଷ ପରେ ପୂରଣ ହୋଇଥିବାରୁ ବହୁତ ଖୁସି।

Share