ପବିତ୍ରନଗର,୧୬।୭(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଶିଲିଂ ଗ୍ରାମରେ ଗୁରୁବାର ସକାଳେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଗ୍ରାମର ସୁନନ୍ଦ ପ୍ରଧାନ(୫୫)ଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସ୍ତ୍ରୀ ଭାରତୀ ପ୍ରଧାନ ଏହି ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ବୀକାର କରିଛନ୍ତି। ସେ ଦୁଇ ଝିଅଙ୍କ ସହ ମିଶି କାଠ ଫାଳିଆରେ ଆକ୍ରମଣ କରି ଏଭଳି କାଣ୍ଡ ଘଟାଇଥିବା ନେଇ ଜଣାପଡ଼ିଛି। ସମସ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।