ରେଷ୍ଟୁରାଣ୍ଟରେ କଫି ମାଗିଲେ ମହିଳା, ୫ ମିନିଟ୍‌ ବିଳମ୍ବ ହେବାରୁ ରାଗରେ କଲେ ଏମିତି

ଓ୍ବାଶିଂଟନ,୯ା୧୦: ଆମେରିକାର ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା କଫି ପିଇବାକୁ ଯାଇଥିଲେ। କଫି ତିଆରିରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ରାଗି କି ରେଷ୍ଟୁରାଣ୍ଟ ଭିତରେ ଅଜବ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମହିଳା ଜଣକ ରେଷ୍ଟୁରାଣ୍ଟର ଜଣେ ମହିଳା କର୍ମଚାରୀଙ୍କୁ କଫି ମାଗିଥିଲେ। ସେହି ମହିଳା ଜଣକ କହିଥିଲେ କଫି ପ୍ରସ୍ତୁତି ପାଇଁ ୫ ମିନିଟ୍‌ ସମୟ ଲାଗିବ। ଏହା ପରେ ମହିଳା ଗ୍ରାହକ ଜଣକ ଯାଇ ଖାଇବା ଟେବୁଲରେ ବସିଥିଲେ। ୫ ମିନିଟ୍‌ ବିଳମ୍ବ ହୋଇଯିବାରୁ ସେ ଅଧର୍ଯ୍ୟ ହୋଇପଡ଼ିବା ସହ ରାଗି କି ନିଆଁବାଣ ହୋଇଯାଇଥିଲେ। ପରେ ଟେବୁଲ ଉପରେ ଥିବା ଗ୍ଲାସ, ପ୍ଲେଟ୍‌ ଫିଙ୍ଗିଥିଲେ। ହାତରେ ଯାହା ପଡ଼ିଲା ଫିଙ୍ଗିଲେ।

ଯେତେବେଳେ ରେଷ୍ଟୁରାଣ୍ଟ ମାଲିକ ପୋଲିସରେ ଦେବେ ବୋଲି ଧମକ ଦେଲେ ସେତେବେଳେ ମହିଳା ଗ୍ରାହକ ଜଣକ କହିଲେ ମୋତେ ଡାଇବେଟିସ୍‌। ଶରୀରରେ ସୁଗାର କମିଯିବାରୁ ମୁଁ ଏମିତି ଦୁର୍ବ୍ୟବହାର କରିଦେଲି। ଅନ୍ୟପକ୍ଷରେ ଏହି ସମୟରେ ଜଣେ କେହି ଗ୍ରାହକ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share