Posted inଫୁରସତ

୯ ହଜାର ଟଙ୍କା ଦେଇ ୧୦୦ ଗ୍ରାମ ଅଙ୍ଗୁର କିଣିଲେ ମହିଳା;କିନ୍ତୁ ଖାଇଲେ ନାହିଁ….କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ଜଣେ ମହିଳା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁବାଇରେ ୧୦୦ ଗ୍ରାମ ଅଙ୍ଗୁର କିଣିବା ପାଇଁ ୯୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ ଛନ୍ତି ଜଣେ ଧନୀ ମହିଳା। ଅଙ୍ଗୁର କିଣିଛନ୍ତି ସତ, କିନ୍ତୁ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ଏହା ପଛରେ ଥିବା କାରଣ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।
ସାଧାରଣତଃ ଅଙ୍ଗୁର କିଲୋଗ୍ରାମ ପିଛା ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ। କିନ୍ତୁ ଆପଣ ଦୁନିଆର ସବୁଠୁ ଦାମୀ ଅଙ୍ଗୁର ବିଷୟରେ ଜାଣିଛନ୍ତି କି? ବିଶ୍ୱର ସବୁଠାରୁ ଦାମୀ ଅଙ୍ଗୁର ଜାପାନରେ ଉତ୍ପାଦିତ ହୁଏ, ଯାହାକୁ ରୁବି ରୋମାନ ଅଙ୍ଗୁର ଜାପାନ (Ruby Roman grapes Japan) ମଧ୍ୟ କୁହାଯାଏ। ଦୁବାଇରେ ରହୁଥିବା ଡାଲିଲା ଲାରିବି ଜଣେ ମହିଳା ୯୨ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୯ ହଜାର ଟଙ୍କା ଦେଇ ଏହି ଅଙ୍ଗୁର କିଣିଥିଲେ। କିନ୍ତୁ ସେ ଏହାକୁ ଖାଇ ନ ଥିଲେ।
ଡାଲିଲା ଲାରିବି ତାଙ୍କ ଟିକଟକ ଆକାଉଣ୍ଟରୁ ଏକ ଭିଡିଓ ଷେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଅଙ୍ଗୁର ପେନ୍ଥା ଧଣିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ସେ ଦୁବାଇରେ ଦୁନିଆର ସବୁଠୁ ଦାମୀ ଅଙ୍ଗୁର କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହାକୁ ହରାଇବାକୁ ଚାହାଁନ୍ତି ନାହିଁ, ତେଣୁ ସେ ଏହା ସହିତ କଣ କରିବାକୁ ଚାହୁଁଛନ୍ତି ତାହା ତାଙ୍କର ଧାରଣା ନାହିଁ ।
ଏହା ପରେ ଡାଲିଲା ଅନ୍ୟ ଏକ ଭିଡିଓ ଶେୟାର କରି କହିଛନ୍ତି, ମୋର ଫଲୋଅର୍ସମାନଙ୍କୁ କହିବା ପାଇଁ ମୁଁ ଏହି ଅଙ୍ଗୁର ମଧ୍ୟରୁ ଗୋଟିଏ ଖାଇଛି। ମୁଁ ଜାଣିବାକୁ ଚାହୁଁଥିଲି କି ଏହି ଅଙ୍ଗୁରଗୁଡ଼ିକ ପ୍ରକୃତରେ ଏତେ ମୂଲ୍ୟର କି ନୁହେଁ । ମୁଁ ଏହି ଅଙ୍ଗୁରରେ ଏକ ଅଦ୍ଭୁତ ଗନ୍ଧ ଅନୁଭବ କରିପାରିଲି। ଫଳକୁ ଅଧା କାଟିବା ପରେ ମଧ୍ୟ ମୁଁ ଭାବୁଥିଲି ପୁରା ଖାଇବି କି ନାହିଁ, କିନ୍ତୁ ଏହାର ସ୍ବାଦ ଆଶ୍ଚର୍ଯ୍ୟଜନକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri