ଆଜିକାଲି ଜଣେ ମହିଳା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁବାଇରେ ୧୦୦ ଗ୍ରାମ ଅଙ୍ଗୁର କିଣିବା ପାଇଁ ୯୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ ଛନ୍ତି ଜଣେ ଧନୀ ମହିଳା। ଅଙ୍ଗୁର କିଣିଛନ୍ତି ସତ, କିନ୍ତୁ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ଏହା ପଛରେ ଥିବା କାରଣ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।
ସାଧାରଣତଃ ଅଙ୍ଗୁର କିଲୋଗ୍ରାମ ପିଛା ୧୦୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ। କିନ୍ତୁ ଆପଣ ଦୁନିଆର ସବୁଠୁ ଦାମୀ ଅଙ୍ଗୁର ବିଷୟରେ ଜାଣିଛନ୍ତି କି? ବିଶ୍ୱର ସବୁଠାରୁ ଦାମୀ ଅଙ୍ଗୁର ଜାପାନରେ ଉତ୍ପାଦିତ ହୁଏ, ଯାହାକୁ ରୁବି ରୋମାନ ଅଙ୍ଗୁର ଜାପାନ (Ruby Roman grapes Japan) ମଧ୍ୟ କୁହାଯାଏ। ଦୁବାଇରେ ରହୁଥିବା ଡାଲିଲା ଲାରିବି ଜଣେ ମହିଳା ୯୨ ପାଉଣ୍ଡ ଅର୍ଥାତ୍ ପ୍ରାୟ ୯ ହଜାର ଟଙ୍କା ଦେଇ ଏହି ଅଙ୍ଗୁର କିଣିଥିଲେ। କିନ୍ତୁ ସେ ଏହାକୁ ଖାଇ ନ ଥିଲେ।
ଡାଲିଲା ଲାରିବି ତାଙ୍କ ଟିକଟକ ଆକାଉଣ୍ଟରୁ ଏକ ଭିଡିଓ ଷେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଅଙ୍ଗୁର ପେନ୍ଥା ଧଣିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ମହିଳା ଜଣକ କହିଛନ୍ତି ଯେ ସେ ଦୁବାଇରେ ଦୁନିଆର ସବୁଠୁ ଦାମୀ ଅଙ୍ଗୁର କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହାକୁ ହରାଇବାକୁ ଚାହାଁନ୍ତି ନାହିଁ, ତେଣୁ ସେ ଏହା ସହିତ କଣ କରିବାକୁ ଚାହୁଁଛନ୍ତି ତାହା ତାଙ୍କର ଧାରଣା ନାହିଁ ।
ଏହା ପରେ ଡାଲିଲା ଅନ୍ୟ ଏକ ଭିଡିଓ ଶେୟାର କରି କହିଛନ୍ତି, ମୋର ଫଲୋଅର୍ସମାନଙ୍କୁ କହିବା ପାଇଁ ମୁଁ ଏହି ଅଙ୍ଗୁର ମଧ୍ୟରୁ ଗୋଟିଏ ଖାଇଛି। ମୁଁ ଜାଣିବାକୁ ଚାହୁଁଥିଲି କି ଏହି ଅଙ୍ଗୁରଗୁଡ଼ିକ ପ୍ରକୃତରେ ଏତେ ମୂଲ୍ୟର କି ନୁହେଁ । ମୁଁ ଏହି ଅଙ୍ଗୁରରେ ଏକ ଅଦ୍ଭୁତ ଗନ୍ଧ ଅନୁଭବ କରିପାରିଲି। ଫଳକୁ ଅଧା କାଟିବା ପରେ ମଧ୍ୟ ମୁଁ ଭାବୁଥିଲି ପୁରା ଖାଇବି କି ନାହିଁ, କିନ୍ତୁ ଏହାର ସ୍ବାଦ ଆଶ୍ଚର୍ଯ୍ୟଜନକ ଥିଲା।