ଚାଷ ଜମିରେ ପାଣି ମଡାଇବାକୁ କେନ୍ଦ୍ର କରି ସ୍ବାମୀଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ସ୍ତ୍ରୀ

ଧରାକୋଟ,୨।୧୧: ଗାଁ କୋଠ ଜମିରେ ପାଣି ମଡା ଇବାକୁ କେନ୍ଦ୍ର କରି ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଘଟିଛି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଯୁଧିଷ୍ଟିର ଗୌଡଙ୍କ ପୁଅ ପଞ୍ଚାନନ ଗୌଡ଼ (୫୨)ଙ୍କୁ ତାଙ୍କ ଗ୍ରାମର ସନ୍ତୋଷ ଗୌଡ଼,ଶିବ ଗୌଡ଼ ଓ ଶଙ୍କର ଗୌଡ଼ ହତ୍ୟା କରିଥିବା ନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପଞ୍ଚାନନ ଗୌଡଙ୍କ ସ୍ତ୍ରୀ ବୁଲି ଗୌଡ଼ ।

ମିଳିଥିବା ସୂଚନାନୁଯାୟୀ, କୁସରାବ ଗାଁ କୋଠ ଜମିରୁ ପାଣି ହାଣିବାକୁ ନେଇ କିଛିଦିନ ଧରି ମୃତ ପଞ୍ଚାନନ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଶୁକ୍ରବାର ସାରେ ୭ଟା ସମୟରେ ଗାଁ ନିକଟରେ ଥିବା କାନ୍ଦୁଲ ଘାଇ ପାହାଡ଼ ନିକଟରେ ଥିବା କୋଠ ବିଲକୁ ପାଣି ଦେଖିବା ପାଇଁ ଆସିଥିବା ପଞ୍ଚାନନ ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ ବଡ ଭାଇ ମନୁ ଗୌଡ଼, ସାନ ଭାଇ ପାଣ୍ଡବ ଗୌଡ଼ ବହୁ ଖୋଜାଖୋଜି କରି ତାଙ୍କର ପତ୍ତା ପାଇ ନ ଥିଲେ । ଭୋର ସମୟରେ ଖୋଜାଖୋଜି ବେଳେ କୋଠ ବିଲ ଅପେଶା ନିକଟରେ ପଞ୍ଚାନନଙ୍କ ମୃତଦେହ ପଡ଼ିଥିବା ଦେଖି ଧରାକୋଟ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ ମହାପାତ୍ର, ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ, ଏଏସ୍‌ଆଇ ଅଭିମନ୍ୟୁ ପାଣ୍ଡେ, ଅନିଲ ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ପଶି ଆସିଲା ହାତୀଛୁଆ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ଜଗଦଳା ଡ୍ୟାମ୍‌ ନିକଟ ରେଙ୍ଗାଳବେଡ଼ା ଗ୍ରାମ ଭିତରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହାତୀଛୁଆ ପଶି...

ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ

କେନ୍ଦୁଝର,୨ା୧୧: ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲା ଚମ୍ପୁଆ ସୀମା ଝାଡ଼ଖଣ୍ଡସ୍ଥିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗ ଭଙ୍ଗା ଘଟଣାରେ...

ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଆଜି ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା

ଜୟପୁର,୨।୧୧: ଜିଏସ୍‌ଟି ବିଭାଗର ଚଢାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି ବୋଲି ଜୟପୁର ଚାମ୍ବର ଅଫ କର୍ମସ ଅଭିଯୋଗ କରିଛି । ଏହାକୁ ନେଇ...

ଟ୍ରଲରକୁ ଧକ୍କା ଦେଲା ମାରୁତି ଭ୍ୟାନ୍‌: ୫ମୃତ, ୫ ଗୁରୁତର

ହେମଗିର,୨,୧୧(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ସ୍ଥିତ କନ୍ଦାଧୁଡା ଓ ଟପରିଆ ରାସ୍ତାରେ ଛିଡା ହୋଇଥିବା ଟ୍ରଲରକୁ ପଛରୁ ଧକ୍କା ଦେଲା ମାରୁତି ଇକୋ।...

ରେଳ ଧାରଣା ପାର୍‌ ହେଉଥିବାବେଳେ ମାଲଗାଡ଼ି ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ,୨ । ୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର...

ଋଣ ଭାର ସହି ନ ପାରି ରିକ୍ସା ଚାଳକଙ୍କ ଆତ୍ମହତ୍ୟା

ଭୋଗରାଇ,୨ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବଡ ଆଉସା ଗ୍ରାମର ଧରଣୀଧର ପାତ୍ର (୫୦) ନାମକ ରିକ୍ସା ଚାଳକ ଋଣ ଭାର ସହି ନ...

ବାର୍‌ହା ଶିକାରକଲା ‘ଯମୁନା’

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍‌ହାକୁ...

ମଧ୍ୟାହ୍ନ ଭୋଜନରେ ନାହିଁ ଡାଲି କି ଅଣ୍ଡା ମାଗିବାରୁ ଶିକ୍ଷୟିତ୍ରୀ କହୁଛନ୍ତି ଲଙ୍କା, ଲୁଣ ଲଗେଇ ଖା

କଳିଙ୍ଗନଗର,୧।୧୧(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ବ୍ଲକ ଟୋଲକାନି ଝାଡଶ୍ୱର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଖାଇବାକୁ ଦିଆଯାଉଛି। ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପ୍ରଥମରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri