ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଲେ ମହିଳା

ଝାରସୁଗୁଡ଼ା,୧ା୮: କଥାରେ ଅଛି ରଖେ ହରି ତ ମାରେ କିଏ? ଗୁରୁବାର ସକାଳୁ ଏମିତି ଏକ ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଛି। ଜଣେ ମହିଳା ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ଲାଗିଛନ୍ତି। ଆଶ୍ଚର୍ଯ୍ୟର କଥା ମହିଳା ଜଣକ ପ୍ରାୟ ୫୦ କିଲୋମିଟର ମହାନଦୀର ଭରାପାଣିରେ ଭାସି ଆସିଥିଲେ ମଧ୍ୟ ଜୀବିତ ଅଛନ୍ତି। ଝାରସୁଗୁଡ଼ା ଜିଲା ପଲସଦା ନିକଟ ମହାନଦୀରେ ସେ ଲାଗିଥିଲେ। ଏଠାରେ ମାଛ ମାରୁଥିବା ବେଳେ ମତ୍ସ୍ୟଜୀବୀମାନେ ତାଙ୍କୁ ଦେଖି ଉଦ୍ଧାର କରିଛନ୍ତି। ମହିଳାଙ୍କୁ ପଚରାଉଚରା କରିବାରୁ ତାଙ୍କ ନାମ ସରୋଜିନୀ ରଣବୀର ବୋଲି କହିଛନ୍ତି। ତାଙ୍କ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସେ କେଉଁ ପରିସ୍ଥିତିରେ ମହାନଦୀରେ ଭାସି ଆସିଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

Share