ବରଗଡ଼ ଅଫିସ,୧୫।୧୨: ବରଗଡ଼ ଜିଲାରେ ଚୋରା ମଦ, କଫ୍ ସିରପ କାରବାର ବଢି ଚାଲିଛି। ଏହାକୁ ନେଇ ଅସନ୍ତୋଷ ମଧ୍ୟ ଲାଗିରହିଛି। ବରଗଡ଼ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧, ୨ ଏବଂ ୩ରେ ଅବାଧରେ ଏହି କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକରି ମଙ୍ଗଳବାର ଉପରୋକ୍ତ ୱାର୍ଡର ମହିଳାମାନେ ପିଲାଛୁଆ ଧରି ବରଗଡ଼ ଏସ୍ପି ଅଫିସ ଆଗରେ ଧାରଣାରେ ବସିଛନ୍ତି। ମଦ, କଫ୍ ସିରପ ଏବଂ ନିଶା ବଟିକା କାରବାର ଯୋଗୁ ନାନା ଅପରାଧ ସହିତ ଜୀବନହାନୀ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନଙ୍କ ୱାର୍ଡକୁ ନିଶା କାରବାରରୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି। ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଭାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ରହି ଉଦ୍ବୋଧନ ଦେଉଛନ୍ତି।
Posted inଆମ ଜିଲା ଖବର, ବରଗଡ଼