ବଲାଙ୍ଗୀର ଅଫିସ,୧୮।୩: ବଲାଙ୍ଗୀର ଜିଲା ଯାଦବ ମହାସଭା ପକ୍ଷରୁ ମହାସମାରୋହରେ ଦୋଳ ମହୋତ୍ସବ ପାଳିତ ହୋଇଯାଇଛି। ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବର ଶୁକ୍ରବାର ଦ୍ୱିତୀୟ ଦିନ। ଏହି ଅବସରରେ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ସହର ପରିକ୍ରମା କରାଯାଇଥିଲା। ପରମ୍ପରା ଅନୁଯାୟୀ, ମହିଳାମାନେ ବିମାନକୁ କାନ୍ଧରେ ବୋହି ସହର ପରିକ୍ରମା କରିଥିଲେ। ମହୋତ୍ସବରେ ହିଳାମାନେ ଗଉଡବାଡ଼ି ଖେଳ ଖେଳି ସାହାସିକତାର ପରିଚୟ ଦେଇଥିଲେ ଏହା ସହ ପରସ୍ପରଙ୍କୁ ଅବିର ଲଗାଇ ଅଭିନ୍ଦନ ଜଣାଇଥିଲେ।