ଅନାହାରରେ ଆଖି ବୁଜିଲେ ମହିଳା

ନିଶ୍ଚିନ୍ତକୋଇଲି, ୨୮।୯(ଅଶୋକ କୁମାର ମହାପାତ୍ର):ଅନାହାରରେ ଜଣେ ବିଧବା ମହିଳା ଆଖିବୁଜିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ପଞ୍ଚାୟତ ମୁକୁନ୍ଦପୁର ଗଁାରେ ଶୁକ୍ରବାର ଘଟିଛି ଏହି ଅକାଳ ମୃତ୍ୟୁ। ମୃତକ ହେଲେ ଜଗତ୍‌ସିଂହପୁର ଜିଲାର ସ୍ବର୍ଗତ ଅଶୋକ କୁମାର ନାୟକଙ୍କ ସ୍ତ୍ରୀ ଆରତୀ ନାୟକ(୪୨)। ଆରତୀ ଓ ତାଙ୍କ ଝିଅ ଅନାହାର ଓ ରୋଗରେ ଶଢ଼ୁଥିବା ନେଇ ଏକ ଖବର ଗତ ୧୬ ତାରିଖରେ ଅର୍ଥାତ୍‌ ୧୧ ଦିନ ତଳେ ଧରିତ୍ରୀରେ ପ୍ରକାଶ ପାଇଥିଲା। ତଥାପି ପ୍ରଶାସନ ଚେତିପାରିଲା ନାହିଁ। ଦାରିଦ୍ର୍ୟ, ଅପପୁଷ୍ଟି ଏବଂ ଅନାହାର ଆଦି ଦୁର୍ଦ୍ଦଶା ଯେଭଳି ଗରିବ ଓ ଅସହାୟମାନେ ନ ଭୋଗିବେ ସେନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଏଥିରେ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଅନେକ ଅସହାୟଙ୍କ ପାଖରେ ସେହି ସବୁ ଯୋଜନାର ସୁଫଳ ପହଞ୍ଚତ୍ପାରୁନାହିଁ। ସରକାର ଓ ଅସହାୟଙ୍କ ମଧ୍ୟରେ ସେତୁ ସାଜିଥିବା ପ୍ରଶାସନ ଯୋଜନାର ସଫଳ କାର୍ଯ୍ୟକାରିତାରେ ଆନ୍ତରିକତା ଦେଖାଉନାହିଁ। ଫଳରେ ଭୋକ ଓ ରୋଗରେ ଲୋକଙ୍କ ଜୀବନ ଚାଲିଯାଉଛି।
ଭୋକ ଉପାସରେ ଆରତୀଙ୍କ ମୃତ୍ୟୁ ପରେ ତାଙ୍କ ୮ ବର୍ଷୀୟା ଝିଅ ବେସାହାରା ହୋଇଯାଇଛନ୍ତି। ମୃତଦେହ ୨୪ ଘଣ୍ଟା ହେବ ଘରେ ପଡ଼ିରହିଥିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ନ ଆସିବାରୁ ଖବରପାଇ ମାହାଙ୍ଗା ଭାଜପା ନେତା ସୁମନ୍ତ ଘଡେଇ ଘଟଣାସ୍ଥଳରେ ପହଞ୍ଚତ୍ କଟକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶୁକ୍ରବାର ରାତି ପ୍ରାୟ ୮ଟା ୩୦ବେଳେ ବିଡିଓ ବିରଞ୍ଚତ୍ ନାରାୟଣ ମଲ୍ଲିକ, ତହସିଲଦାର ଅନିତା ନାୟକ, ଆଇଆଇସି ଯୁଗଳକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ଥାନୀୟ ଲୋକେ ବିଡିଓଙ୍କୁ ଘେରାବନ୍ଦୀ କରି କାହିଁକି ଆରତୀଙ୍କୁ ଠିକ୍‌ ସମୟରେ ପ୍ରଶାସନିକ ସହାୟତା ମିଳିଲାନି ବୋଲି ପ୍ରଶ୍ନ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବୁଝାଶୁଝା କରାଯାଇଥିତ୍ବାବେଳେ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ମୁକୁନ୍ଦପୁର ଗ୍ରାମରେ ଦୀର୍ଘବର୍ଷ ହେବ ଅଶୋକ ଓ ୨ ନାବାଳିକା କନ୍ୟାଙ୍କ ସହ ଆରତୀ ରହି ଆସୁଥିଲେ। ଅଶୋକ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ। ପ୍ରାୟ ୪ ବର୍ଷ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର କୌଣସି ଜମିବାଡ଼ି ନ ଥିବାରୁ ପରିବାର ଲୋକେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଇଥିଲେ। ଏଭଳିସ୍ଥିତିରେ ତାଙ୍କର ଜଣେ ନାବାଳିକା ଅନ୍ତଃସତ୍ତ୍ୱା ହେବା ଯୋଗୁ ପ୍ରଶାସନ ତରଫରୁ ତାଙ୍କୁ ବସୁନ୍ଧରାରେ ଥଇଥାନ କରାଯାଇଥିଲା। ନିକଟରେ ସମ୍ପୃକ୍ତା ନାବାଳିକା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅପରପକ୍ଷେ ଆରତୀ ଓ ସାନ ଝିଅ ଗ୍ରାମରେ ଜଣକ ଘରେ ଭଡ଼ାସୂତ୍ରରେ ରହି ଆସୁଥିଲେ। ତେବେ ଆର୍ଥତ୍କ ଅନଟନ ଯୋଗୁ ମା’ଝିଅ ପେଟକୁ ଦାନା ଓ ଦେହକୁ ଖଣ୍ଡେ କନା ଠିକ୍‌ ଭାବେ ପାଇପାରୁ ନ ଥିଲେ। ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ବିଧବା ଭତ୍ତା ଓ ୩ ଜଣଙ୍କ ନିମନ୍ତେ ମାଗଣା ଚାଉଳ ଯୋଗାଇ ଦିଆଯାଇଥିଲା। ସେତିକିରେ ଗୁଜୁରାଣ ମେଣ୍ଟୁ ନ ଥିଲେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ। ତେବେ ବଡ଼ ଝିଅର ବିଚ୍ଛେଦ ଚିନ୍ତାରେ ଆରତୀ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗରେ କୌଣସି ମତେ ସାନଝିଅକୁ ବଞ୍ଚାଇ ରଖିଥିଲେ। ଗତ କିଛି ଦିନ ହେବ ଆରତୀ ଏକ ଜଟିଳ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଘରେ ପଡ଼ି ରହିଥିଲେ। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା। ଏପରିକି ତାଙ୍କ ଖାଦ୍ୟ ପାନୀୟ ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେ ଘରେ ଉଠିବସି ପାରୁ ନ ଥିଲେ। ଗୁରୁବାର ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ସାନ ଝିଅ ଏବିଷୟରେ ଜାଣି ନ ପାରି ମା’ଶୋଇଛି, ଡାକିଲେ ଉଠୁନାହିଁ ବୋଲି ଗଁା ଲୋକଙ୍କୁ ଜଣାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଘରକୁ ଯାଇ ଦେଖିଲା ପରେ ଆରତୀଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିଥିଲା। ତାଙ୍କ ଦେହରେ ପିମ୍ପୁଡି ଧାର ଲାଗିଥିତ୍ବା ବେଳେ ଘରୁ ପଚାଗନ୍ଧ ମଧ୍ୟ ବାହାରୁ ଥିଲା। ଏନେଇ ସ୍ଥାନୀୟ ସରପଞ୍ଚ ଜୟଦେବ ରାଉତ, ୱାର୍ଡସଭ୍ୟ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସରପଞ୍ଚ ରାଉତ ଏ ସମ୍ପର୍କରେ ନିଶ୍ଚିନ୍ତକୋଇଲି ତହସିଲଦାର, ବିଡିଓ ଏବଂ ସିଡିପିଓ ଓ ଥାନା ଆଇଆଇସିଙ୍କୁ ଅବଗତ କରାଇଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଆସିବା ତ ଦୂରର କଥା ଏହା ଉପରେ କୌଣସି ପଦକ୍ଷେପ ମଧ୍ୟ ନେଇ ନ ଥିଲେ। ରିପୋର୍ଟ ଲେଖାହେଲାବେଳକୁ ଘରେ ମୃତଦେହ ପଡ଼ିରହିଥିଲା। ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ପ୍ରଶାସନ ଅଧିକାରୀ ସେଠାରେ ପହଞ୍ଚତ୍ଛନ୍ତି।

ଶନିବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ମୃତଦେହ ଉଠି ନ ଥିବାରୁ ସ୍ଥାନୀୟ ରାଧାକାନ୍ତ ଜୀଉଙ୍କ ନୀତିକାନ୍ତି ବନ୍ଦ ରହିଛି। ଅପରପକ୍ଷେ ବସୁନ୍ଧରାରେ ଥିବା ଆରତୀଙ୍କ ବଡ଼ ଝିଅ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ଥାନୀୟ ସରପଞ୍ଚ ସାନଝିଅକୁ ମଧ୍ୟ ବଡ଼ ଭଉଣୀଙ୍କ ସାଙ୍ଗରେ ସେଠାକୁ ପଠାଇବା ପାଇଁ ତହସିଲଦାରଙ୍କୁ ନିବେଦନ କରିବା ପରେ ଉଭୟ ଭଉଣୀ ବସୁନ୍ଧରାକୁ ଚାଲିଯାଇଛନ୍ତି। ସୂଚନାଯୋଗ୍ୟ, ଏ ସମ୍ପର୍କରେ ଧରିତ୍ରୀରେ ସେପ୍ଟେମ୍ବର ୧୬ରେ ‘ଅନାହାରରେ ବିତୁଛି ମା’ ଝିଅଙ୍କ ଜୀବନ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଚିକିତ୍ସା ଅଭାବ ଓ ଅନାହାର କାରଣରୁ ଅକାଳରେ ଆରତୀ ଆଖିବୁଜିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ତରଫରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କର୍ତ୍ତବ୍ୟରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଓଡ଼ିଶାରେ ୭ ରେଳ ଷ୍ଟେଶନର ନବୀକରଣ

ଭୁବନେଶ୍ୱର,୭ା୪(ଅନୁରାଧା ମହାରଣା): ଭାରତୀୟ ରେଳପଥର ଅମୃତ ଷ୍ଟେଶନ ଯୋଜନାରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନର ପୁନର୍ବିକାଶ ବା ନବୀକରଣ କରାଯାଉଛି। ଏଥିମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ,...

ଟ୍ରମ୍ପଙ୍କ ‘ଟାରିଫ ବମ’କୁ ନେଇ ଟେନସନରେ ୫୦ରୁ ଅଧିକ ଦେଶ, ଆମେରିକା ସହ ଆରମ୍ଭ କଲେ କାଥାବାର୍ତ୍ତା

ଓ୍ବାଶିଂଟନ,୭।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ବା ଶୁଳ୍କ ନୀତି ଯୋଗୁଁ ବିଶ୍ୱ ଅର୍ଥନୀତି ଉପରେ ମାନ୍ଦାବସ୍ଥାର ବିପଦ ଦେଖାଦେଇଛି। ଟ୍ରମ୍ପଙ୍କ ନୀତିକୁ ସବୁଆଡ଼େ...

ମର୍ମନ୍ତୁଦ ଦୁର୍ଘଟଣା,ଟ୍ରକକୁ ପିଟିଲା ଟ୍ରକ ଡ୍ରାଇଭର ଆହତ

ବ୍ରହ୍ମପୁର, ୭।୪,(ବିଦ୍ୟାଧର ସାହୁ ):ଗଞ୍ଜାମ ଥାନା ଅନ୍ତର୍ଗତ ଷୋହଳ ନଂ ଜାତୀୟ ରାଜପଥ ପାର୍ଶ୍ୱ ପୁଇଁତୋଳା ସ୍ଥିତ ଏକ ଚା’ ପାନ ଦୋକାନ ନିକଟରେ ଥିବା...

ଇସ୍ରାଏଲ ଉପରେ ଜୋରଦାର ରକେଟ ଆକ୍ରମଣ କଲା ହମାସ, କହିଲା ନରସଂହାରର ଏହା ହେଉଛି ଜବାବ

ଜେରୁଜେଲମ,୭।୪: ଗତ କିଛି ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ରବିବାର ଗାଜା ଏବଂ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ପୁଣି ଥରେ ଖରାପ ହୋଇଛି। ଦକ୍ଷିଣ...

ସାମରିକ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା,ଏଥର ଚମକାଇଦେବ..

ନୂଆଦିଲ୍ଲୀ,୭।୪: ସାରା ବିଶ୍ୱରେ ତାଙ୍କର ରହସ୍ୟମୟ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ମଧ୍ୟ ୨୦୨୫ ବିଷୟରେ ଅନେକ କଥା କହିଛନ୍ତି। ସେ...

Anant Ambani Viral Video: କାହିଁକି ଦୁଇଗୁଣା ମୂଲ୍ୟ ଦେଇ ଶହ ଶହ କୁକୁଡ଼ା କିଣିନେଲେ ଅନନ୍ତ ଅମ୍ବାନୀ? ଜାଣନ୍ତୁ ସମ୍ପୂୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୭।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପ୍ରାୟତଃ ଖବରର ଶିରୋନାମାରେ ରହିଥାନ୍ତି। ପ୍ରାଣୀମାନଙ୍କ ପ୍ରତି ତାଙ୍କର ପ୍ରେମ ସର୍ବସାଧାରଣରେ...

ଅନୁପ ବିଷୋୟୀ ହେଲେ ବ୍ରହ୍ମପୁର ବନସେବା ସର୍କଲ ସଭାପତି

ଭଞ୍ଜନଗର,୭ା୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍‌ସିସିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।...

ସମୁଦ୍ରରେ ଖସି ପଡ଼ିଲା ରୋଗୀଙ୍କୁ ନେଇ ଯାଉଥିବା ହେଲିକପ୍ଟର, ୩ ମୃତ

ଟୋକିଓ,୭।୪: ରବିବାର ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରୋଗୀଙ୍କୁ ନେଇ ଯାଉଥିବା ଏକ ମେଡିକାଲ ପରିବହନ ହେଲିକପ୍ଟର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image