ଟିକା ନେବାର ୩ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ

ଉମରକୋଟ,୨୨।୯(ସ୍ବ.ପ୍ର.): କରୋନା ଟିକା ନେବାର ୩ ଘଣ୍ଟା ପରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ମାଲବେଡା ଗ୍ରାମର ସୁକୁରି ଭତରା(୫୦)। ସୁକୁରି ପ୍ରଥମ ଡୋଜ୍‌ କରୋନା ଟିକା ନେବାକୁ ନିକଟସ୍ଥ ରାଜପୁର ଗ୍ରାମକୁ ଯାଇଥିଲେ। ମଙ୍ଗଳବାର ସକାଳେ ଟିକା ନେଇ ସେଠାରେ ଅଧଘଣ୍ଟା ବିଶ୍ରାମ କରି ଫେରିଥିଲେ। ଘରକୁ ଯିବା ବାଟରେ ଟିକା ପ୍ରମାଣପତ୍ର କାଢ଼ିବାକୁ ସିଂସାରୀ ଗାଁରେ ଅଟକି ଥିଲେ। ହଠାତ୍‌ ସେ ବେହୋସ୍‌ ହୋଇଯିବାରୁ ସ୍ଥାନୀୟ ଲୋକେ ତାଙ୍କୁ ସିଂସାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଉମରକୋଟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଟିକା ନେବା କାରଣରୁ ମୃତ୍ୟୁ ହୋଇଛି କି ନାହିଁ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ୍‌ ଅଫିସର ଡ. ଅଭୟ କୁମାର ଦେ କହିଛନ୍ତି।

Share