Categories: ଜାତୀୟ

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ ଜୀବନ ରକ୍ଷା କରିଛନ୍ତି।

ରେଳବାଇ ପକ୍ଷରୁ ଏହି ଘଟଣାର ଭିଡିଓ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଯେଉଁଥିରେ କ୍ୟାପଶନ ଲେଖାଯାଇଛି, ବାଇକୁଲା ରେଳ ଷ୍ଟେଶନ। ପିଏଫ୍‌-୧ରେ ଜଣେ ୪୦ ବର୍ଷୀୟା ମହିଳା ଚଳନ୍ତା ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ଖସିପଡ଼ିଥିଲେ। ଷ୍ଟେଶନରେ ଉପସ୍ଥିତ ଥିବା ମହିଳା କନଷ୍ଟେବଳ ସପନା ଗୋଲକର ଏହି ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ୟୁଜରମାନେ ନାନା ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଷ୍ଟେଶନର ଅବହେଳା ଯୋଗୁ କାହାର ଜୀବନ ଚାଲିଯାଏ। ତେଣୁ ଯଥା ସମ୍ଭବ ସତର୍କ ରହିବା ଭଲ। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ନିଜକୁ ନିଜେ ସତର୍କ ହେବା ଉଚିତ୍‌। ନଚେତ୍‌ ଜୀବନ ଚାଲିଯିବ।

Share