Categories: ଫୁରସତ

ସ୍ବାମୀଙ୍କୁ ବାଧ୍ୟରେ ‘ବେବି’ ବୋଲି ଡାକୁଛନ୍ତି ସ୍ବିଡେନ୍‌ର ଏହି ମହିଳା, କାରଣ ଜାଣିଲେ…

ଭାରତୀୟ ସଂସ୍କୃତିରେ ମହିଳାମାନେ ସ୍ବାମୀଙ୍କ ନାମ ନ ଧରିବାର ପରମ୍ପରା ରହି ଆସିଥିଲା। ଅତ୍ୟାଧୁନିକ ସମୟରେ ଏହାକୁ କେହି ସେତେଟା ପାଳନ କରୁ ନ ଥିଲେ ହେଁ ପୁରୁଣା କାଳର କିଛି ବୟସ୍କ ମହିଳା ଏବେ ବି ସେଭଳି କରୁଛନ୍ତି। ହେଲେ ସ୍ବିଡେନ୍‌ରେ ରହୁଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କ ନାମ ଧରୁନାହାନ୍ତି। ସ୍ବାମୀଙ୍କୁ ସେ ‘ବେବି’ ବୋଲି ଡାକୁଛନ୍ତି। ଏପରି କରିବା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ମହିଳା ମାବିବ୍ରିୟାଙ୍କ କାହାଣୀ ବେଶ ଅଲଗା। ସେ କୌଣସି ବିଶ୍ୱାସ ଯୋଗୁ ସ୍ବାମୀଙ୍କ ନାମ ଧରୁ ନାହାନ୍ତି ତାହା ନୁହେଁ। ବରଂ ସେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି। ଗତ ୩ ବର୍ଷ ହେଲାଣି ସେ ଥରଟିଏ ମଧ୍ୟ ସ୍ବାମୀଙ୍କୁ ନାମ ଧରି ଡାକିନାହାନ୍ତି। କାରଣ ସେ ତାଙ୍କ ନାମକୁ ଉଚ୍ଚାରଣ କରିପାରୁନାହାନ୍ତି, ଯାହାକି ବେଶ କଷ୍ଟକର। ଏଭଳି ସମସ୍ୟା ଦର୍ଶାଇ ମହିଳା ଏକ ଭିଡିଓ ଶେୟାର କରିଛନ୍ତି। ଏହା ବେଶ୍‌ ଭାଇରାଲ ହେଉଛି। ୧.୩ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖି ସାରିଛନ୍ତି। ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

Share