ଯେଉଁ ଅଫିସ୍‌ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍‌ର ଚୌକି

ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଜଣେ ମହିଳାଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଛି। ଯେଉଁ ଅଫିସରେ ମହିଳା ଜଣକ ଗତ ପାଞ୍ଚ ବର୍ଷ ଧରି ସୁଇପର ଭାବେ କାର୍ଯ୍ୟ କରୁଥିଲେ, ବର୍ତ୍ତମାନ ସେ ଉକ୍ତ କାର୍ଯ୍ୟାଳୟରେ ଚେୟାର ସମ୍ଭାଳିବେ। ଅର୍ଥାତ୍‌ ମୁଖ୍ୟ ପଦବୀରେ ବସିବେ।

ରୁଷିଆରେ ସ୍ଥାନୀୟ ନିର୍ବାଚନର ଆଭିମୁଖ୍ୟ ଯୋଗୁ ଏହା ସମ୍ଭବ ହୋଇଛି। ବାସ୍ତବରେ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦଳର ଜଣେ ପ୍ରାର୍ଥୀଙ୍କୁ ଉକ୍ତ କାର୍ଯ୍ୟାଳୟରେ ସୁଇପର ଭାବରେ କାର୍ଯ୍ୟ କରୁଥିବା ଉଦୋଡ୍‌ସ୍କାୟା ମାରିନା ନାମକ ଜଣେ ମହିଳା ହରାଇ ଦେଇଛନ୍ତି।

ବର୍ତ୍ତମାନ ନିର୍ବାଚନ ଜିତିବା ପରେ ମାରିନା ୧୫୫ କିଲୋମିଟର ପର୍ଯ୍ୟନ୍ତ ପାଓଲିକା ଜିଲାର ଦାୟିତ୍ୱ ଗ୍ରହଣ କରିବେ। ରୁଷିଆର ପାଓଲିକାରେ ଜିଲା ମୁଖ୍ୟ ନିର୍ବାଚନରେ ପୁଟିନଙ୍କ ଦଳର ପ୍ରାର୍ଥୀ ନିକୋଲାଇଙ୍କ ବିରୋଧରେ କୌଣସି ପ୍ରାର୍ଥୀ ନ ଥିଲେ। ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ନିକୋଲାଇ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାରିନାଙ୍କୁ ତାଙ୍କ ବିପକ୍ଷରେ ରଖିଥିଲେ। ସେ ଜାଣି ନ ଥିଲେ ଯେ, ସଂପୃକ୍ତା ମହିଳାଙ୍କଠାରୁ ହାରିବେ ବୋଲି।

ଯେତେବେଳେ ନିର୍ବାଚନ ଫଳାଫଳ ଆସିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ନିର୍ବାଚନରେ ପୁଟିନଙ୍କ ଦଳର ପ୍ରାର୍ଥୀ ନିକୋଲାଇଙ୍କୁ ୬୨% ପ୍ରତିଶତ ଭୋଟରେ ମାରିନା ପରାସ୍ତ କରିଛନ୍ତି। ବିଶେଷ କଥା ହେଉଛି ମାରିନା ଏନେଇ କୌଣସି ପ୍ରକାର ପ୍ରଚାର ମଧ୍ୟ କରିନାହାନ୍ତି।

Share