ରାଜଧାନୀରେ ଭାରି ମୋଟରଯାନ ଚଲାଇବେ ମହିଳା, କିନ୍ନର

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏଥର ଭାରି ମୋଟରଯାନ ଚଲାଇବେ ମହିଳା ଓ କିନ୍ନର । କ୍ରୁଟ ବା ମୋ ବସ୍‌ ପରିଚାଳନା ସଂସ୍ଥା ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯିବ । ଏଥିପାଇଁ କ୍ରୁଟ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ। ଭାରିଯାନ ଡ୍ରାଇଭିଂ ଟ୍ରେନିଂ ପାଇଁ ୧ ଏପ୍ରିଲ ୨୦୨୧ ପୂର୍ବରୁ ବର୍ଷେ ବୈଧତା ଏଲଏମଭି ଲାଇସେନ୍ସ ଥିବା ଆବଶ୍ୟକ । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ କିମ୍ବା ତାଠାରୁ ଅଧିକ ହେବ । ସେହପରି ବୟସ ୨୦ରୁ ୪୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଏ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି କିନ୍ନର ସମାଜ ।

Share