ନିଶ୍ଚିନ୍ତକୋଇଲି,୨୨।୧୧(ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ବ୍ଲକ ମହିଳା,ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ପ୍ରତିବାଦ ସଭା କରାଯାଇଛି । ନିଶ୍ଚିନ୍ତକୋଇଲି ବଉଳ ବଜାରରୁ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ବିଡିଓଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛନ୍ତି । ବ୍ଲକ ସମ୍ମୁଖରେ ଚୁଲି ଜାଳି ମହିଳା ନେତ୍ରୀମାନେ ପ୍ରତିବାଦ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା, ଯୁବ ବିଜେଡି ସଭାପତି ଆନନ୍ଦ ଦାସ, ଛାତ୍ର ବିଜେଡି ସଭାପତି ସତ୍ୟଜିତ ମହାପାତ୍ର, ମହିଳା ନେତ୍ରୀ ସତ୍ୟଭାମା ନାୟକ ପ୍ରମୁଖ ପ୍ରତିବାଦ କରିଥିଲେ । ବ୍ଲକ ବିଜେଡି ସଭା ରମାକାନ୍ତ ମହାନ୍ତି ସଭାପତିତ୍ୱ କରିଥିଲେ ।