ମହିଳା ଦିବସରେ ପାଣି ପାଇଁ ପ୍ରତିବାଦ କଲେ ମହିଳା

ବସ୍ତା,୮।୩(ଡି.ଏନ୍‌.ଏ): ବିଶ୍ୱ ମହିଳା ଦିବସରେ ବସ୍ତା ବ୍ଲକ ଅନ୍ତର୍ଗତ ଗୋଡ଼ିଖାଳ ନିକଟ ଜୁଣବଳଦାଠାରେ ପାନୀୟ ଜଳର ସମସ୍ୟା ନେଇ ମହିଳାମାନଙ୍କ ଦ୍ୱାରା ୬୦ ନଂ ଜାତୀୟ ରାଜପଥ ଅବରୋଧ କରାଯାଇ ଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହି ଥିବାରୁ ମହିଳାମାନେ ଏହିଭଳି ପ୍ରତିବାଦ ଜଣାଇଛନ୍ତି।