ବାପଘରକୁ ଯିବା ପାଇଁ ବାରମ୍ବାର ଜିଦ୍‌ କରୁଥିଲେ ସ୍ତ୍ରୀ, ସ୍ବାମୀ ନେଲେ ଏମିତି ପଦକ୍ଷେପ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୧୬ା୮: ରାଜସ୍ଥାନର ବୁଣ୍ଡି ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସ୍ତ୍ରୀ ବାରମ୍ବାର ବାପଘରକୁ ଯିବାକୁ ଜିଦ୍‌ ଧରିବାରୁ କ୍ରୋଧିତ ହୋଇ ଠେଙ୍ଗାରେ ପିଟିପିଟି ମାରି ଦେଇଛନ୍ତି ସ୍ବାମୀ।

ସୂଚନାଯୋଗ୍ୟ, ବୁଣ୍ଡି ଜିଲା ଦାରାସ୍ଥିତ ନାୟାଗୋନର ନନ୍ଦକିଶୋର କାମରୁ ଘରକୁ ଫେରିବା ପରେ ସ୍ତ୍ରୀ ଶର୍ମା ବାଇ ବାପଘରକୁ ଯିବା ପାଇଁ ଜିଦ୍‌ ଧରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ନନ୍ଦକିଶୋର ବିରକ୍ତ ହୋଇ ଶର୍ମାବାଇଙ୍କୁ ପିଟିପିଟି ହତ୍ୟା କରିଥିଲେ।

ଏନେଇ ଡାବଲାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ନନ୍ଦକିଶୋରଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ।

Share